ବୋଡେନରେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣାର୍ଥେ ଭୂମି ପୂଜନ

ଯୋଗ ଦେଲେ ଖରିଆର ବିଧାୟକ ଅଧିରାଜ

ବୋଡ଼େନ, ୦୨/୦୨: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଲର୍କା ଗ୍ରାମରେ ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦୃଷ୍ଟିରୁ ତାଙ୍କୁ ଘୁମୁରା ବାଦ୍ୟର ତାଳେ ତାଳେ ଶହ ଶହ ଲୋକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ ଲକ୍ଷ୍ୟ ସ୍ଥଳକୁ। ବିଧାୟକଙ୍କ ସହିତ ସମ୍ମାନିତ ଅତିଥି ରୂପେ ଅଳଙ୍କୃତ ହୋଇଥିଲେ ବିଜେଡିର ବରିଷ୍ଠ ନେତା ଲମ୍ବୋଦର ନିଆଲ। ଏହି ପବିତ୍ର ଭୂମି ପୂଜନ ଉତ୍ସବରେ ଅଭୟ ବାବୁ, ଶିବ ହୋତା, ପିତାମ୍ବର ବାଗ, ପ୍ରିୟଦର୍ଶିନୀ ସିଂ ଦେଓ, ମୀରା ହୋତା, କେଶବ ବାଗ, ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ନାଗଙ୍କ ସମେତ ଶହ ଶହ ଜଗନ୍ନାଥ ଭକ୍ତ ଯୋଗଦାନ କରିଥିଲେ। ପୂଜକ ଚନ୍ଦ୍ର ମଣି ହୋତାଙ୍କ ମନ୍ତ୍ର ପାଠ ସହିତ ମହିଳାଙ୍କ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇ ଉଠୁଥିଲା ଭୂମି ପୂଜନ କାର୍ଯ୍ୟକ୍ରମ। ଲର୍କା ଗ୍ରାମରେ ଶ୍ରୀରାମ ମନ୍ଦିର, ପ୍ରଭୁ ହନୁମାନଙ୍କ ମନ୍ଦିର ରହିଛି। କିଛି ମାସ ପୂର୍ବରୁ ଲୋକଙ୍କ ଧର୍ମ ଭାଵନା ବଳରେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ଆଣି ଲର୍କାରେ ପ୍ରତିଷ୍ଠା କରାଯାଇଛି ଏବଂ ଆଜି ପ୍ରଭୁଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ମଧ୍ୟ କରାଗଲା।