ଇତିହାସର ଆଇନାରେ

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଘଟଣାବଳୀ ସମୂହ ଉପରେ।

ଆଜି ଓ ଆସନ୍ତାକାଲିର ‘ଦର୍ଶନ’

ଆଜିର ତାରିଖ ୪ ଫେବ୍ରୁଆରୀ ୨୦୨୫:

*ବିଶ୍ୱ କର୍କଟ ଦିବସ: ୟୁନିୟନ ଫର ଇଣ୍ଟରନ୍ୟାସନାଲ କ୍ୟାନସର କଣ୍ଟ୍ରୋଲ (ୟୁଆଇସିସି) ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଛି ବିଶ୍ଵ କର୍କଟ ଦିବସ। ଏହାର ଉଦ୍ଦେଶ୍ୟ ହେଉଛି କର୍କଟ ରୋଗକୁ ଚିହ୍ନଟ କରି ଏହାର ନିରାକରଣ ଚିକିତ୍ସା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା। ଚିକିତ୍ସା ପଦ୍ଧତିରେ ଉନ୍ନତି ଆଣି କର୍କଟ ରୋଗକୁ ହ୍ରାସ କରିବା ଏହି ଦିବସର ଲକ୍ଷ୍ୟ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-

ବିର୍ଜୁ ମହାରାଜ (୪ ଫେବୃଆରୀ ୧୯୩୮ – ୧୭ ଜାନୁଆରୀ ୨୦୨୨) ଭାରତର ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ କଳାକାର । ସେ ଜଣେ ‘କଥକ’ ନୃତ୍ୟଶିଳ୍ପୀ ଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ମଧୁସୂଦନ ଦାସ (୨୮ ଏପ୍ରିଲ ୧୮୪୮ – ୪ ଫେବୃଆରୀ ୧୯୩୪) ଓଡ଼ିଶାର ଜଣେ ଆଇନଜୀବୀ ତଥା ସମାଜ ସଂସ୍କାରକ ଥିଲେ। ୧୯୦୩ ମସିହାରେ ଉତ୍କଳ ସମ୍ମିଳାନୀ ପ୍ରତିଷ୍ଠା କରି ଓଡ଼ିଶାର ସାମାଜିକ ଓ ଶିଳ୍ପ ବିକାଶ ପାଇଁ ଅଭିଯାନ ଚଳାଇଥିଲେ।

୨. ହମିଦୁଲ୍ଲା ଖାନ (୯ ସେପ୍ଟେମ୍ବର ୧୮୯୪ – ୪ ଫେବୃଆରୀ ୧୯୬୦), ଭାରତର ଭୋପାଳ ପ୍ରଦେଶର ଶେଷ ନବାବ ଥିଲେ। ସେ ଜଣେ ଦକ୍ଷ ପ୍ରଶାସକ ଥିଲେ । ୧୯୨୬ ମସିହା ଜୁନ୍ ୯ ତାରିଖରେ ହମିଦୁଲ୍ଲା ଖାଁ ଭୋପାଳ ରାଜ୍ୟର ଶାସକ ହୋଇଥିଲେ। ଏହା ପରେ ସେ ସବୁ ବିଭାଗର ଭିନ୍ନ ଭିନ୍ନ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରିଥିଲେ।

୩. ସତ୍ୟେନ୍ଦ୍ର ନାଥ ବୋଷ (୧ ଜାନୁଆରୀ ୧୮୯୪ – ୪ ଫେବୃଆରୀ ୧୯୭୪) ଜଣେ ପ୍ରସିଦ୍ଧ ଗଣିତଜ୍ଞ ଓ ପଦାର୍ଥ ବିଜ୍ଞାନୀ ଥିଲେ। ସେ ପଦାର୍ଥ ବିଜ୍ଞାନରେ ଦୁଇ ପ୍ରକାରର ଅଣୁ ବୋସୋନ୍ ଏବଂ ଫର୍ମିଅନ୍ ବିଷୟରେ ଜଣାଇଥିଲେ।

 

ଆଜିର ଦିନରେ ଘଟିଥିବା ଘଟଣାବଳୀ:-

୧୬୨୮ – ଶାହାଜାହାନଙ୍କୁ ଆଗ୍ରାର ସମ୍ରାଟ ଘୋଷଣା କରାଗଲା।

୧୭୮୩ – ଇଟାଲୀର କାଲାବ୍ରିଆରେ ଏକ ଭୟଙ୍କର ଭୂମିକମ୍ପରେ ପାଖାପାଖି ୫୦ ହଜାର ଲୋକ ପ୍ରାଣ ହରାଇଥିଲେ।

୧୭୮୯ – ଜର୍ଜ ୱାଶିଂଟନ ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ ।

୧୭୯୭ – ଇକ୍ୱେଡର ରାଜଧାନୀ କ୍ୱିଟୋରେ ଏକ ଭୟଙ୍କର ଭୂମିକମ୍ପରେ ପାଖାପାଖି ୪୧ ହଜାର ଲୋକ ପ୍ରାଣ ହରାଇଥିଲେ।

୧୮୪୭ – ମେରିଲାଣ୍ଡରେ ଆମେରିକାର ପ୍ରଥମ ଟେଲିଗ୍ରାଫ କମ୍ପାନୀ ସ୍ଥାପିତ ହୋଇଥିଲା।

୧୮୮୧ – ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ସମ୍ପାଦନାରେ ଦୈନିକ ଖବରକାଗଜ ‘କେଶରୀ’ର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା।

୧୯୨୦ – ଲଣ୍ଡନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା।

୧୯୨୨ – ଭାରତର ସ୍ୱାଧୀନତା ଆନ୍ଦୋଳନ ସମୟରେ ଚଉରୀ ଚୌରା ଘଟଣା ଘଟିଥିଲା।

୧୯୨୪ – ଅସୁସ୍ଥତା କାରଣରୁ ମହାତ୍ମା ଗାନ୍ଧୀଙ୍କୁ ମୁମ୍ବାଇ ଜେଲରୁ ବିନା ସର୍ତ୍ତରେ ମୁକ୍ତି ମିଳିଥିଲା।

୧୯୪୮- ରିଜର୍ଭ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା ଆରଏସଏସ।

୧୯୪୮ – ଶ୍ରୀଲଙ୍କା ବ୍ରିଟିଶ ଶାସନରୁ ସ୍ୱାଧୀନ ହେଲା।

୧୯୫୩ – ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଥର ପାଇଁ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

୧୯୬୫ – ଆମେରିକା ନେଭାଡାରେ ପରମାଣୁ ପରୀକ୍ଷଣ କରିଥିଲା ।

୧୯୭୬ – ଭାରତର ଲୋକସଭାକୁ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା ।

୧୯୭୮ – ଶ୍ରୀଲଙ୍କାର ପ୍ରଥମ ରାଷ୍ଟ୍ରପତି ଜୁଲିୟସ୍ ଜୟବର୍ଦେନେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ।

୧୯୯୦ – ଏର୍ଣ୍ଣାକୁଲମକୁ ଭାରତର ପ୍ରଥମ ଶିକ୍ଷିତ ରାଜ୍ୟ ଭାବେ ଘୋଷଣା କରାଗଲା।

୧୯୯୮ – ଆଫଗାନିସ୍ତାନରେ ଏକ ଭୟଙ୍କର ଭୂମିକମ୍ପ ହୋଇଥିଲାରେ ୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

୨୦୦୪ – ମାର୍କ ଜୁକରବର୍ଗଙ୍କ ଦ୍ୱାରା ସୋସିଆଲ ନେଟୱାର୍କିଂ ସାଇଟର ଶୁଭାରମ୍ଭ ହୋଇଥିଲା।

୨୦୦୭ – ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଆଲଗୋରଙ୍କୁ ମିଳିତ ଜାତିସଂଘ ପରିବେଶ ପୁରସ୍କାର ମିଳିଥିଲା।