ଆଜିର ତାରିଖ ୫ ଫେବ୍ରୁଆରୀ ୨୦୨୫:
*କାଶ୍ମୀର ଏକତା ଦିବସ (ପାକିସ୍ତାନ): କାଶ୍ମୀରବାସୀଙ୍କ ପ୍ରତି ସମର୍ଥନ ପ୍ରଦର୍ଶନ ଏବଂ କାଶ୍ମୀର ସଂଘର୍ଷ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାକିସ୍ତାନରେ ଏହି ଦିବସ ପାଳନ କରାଯାଏ।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-
ଜାନକୀ ବଲ୍ଲଭ ଶାସ୍ତ୍ରୀ (୫ ଫେବୃଆରୀ ୧୯୧୬ – ୭ ଅପ୍ରେଲ ୨୦୧୧) ବିହାରରେ ଜନ୍ମ ଗ୍ରହଣ କରିଥିବା ଜଣେ ବିଶିଷ୍ଟ କବି। ସେ ଉତ୍ତରପ୍ରଦେଶ ସରକାର ଦ୍ୱାରା ‘ଭାରତ ଭାରତୀ ପୁରସ୍କାର’ ରେ ପୁରସ୍କୃତ ହୋଇଥିଲେ।
ଆଜିର ଦିନରେ ଘଟିଥିବା ଘଟଣାବଳୀ:-
୧୬୭୯ – ଜର୍ମାନ ଶାସକ ଲିଓପୋଲ୍ଡ ପ୍ରଥମ ଫ୍ରାନ୍ସ ସହ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଥିଲେ।
୧୭୮୩ – ଇଟାଲୀର କାଲାବ୍ରିଆରେ ଏକ ଭୟଙ୍କର ଭୂମିକମ୍ପରେ ୨୫,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
୧୯୦୦ – ବ୍ରିଟେନ ଓ ଆମେରିକା ମଧ୍ୟରେ ପାନାମା କେନାଲ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୯୧୭ – ମେକ୍ସିକୋରେ ନୂତନ ସମ୍ବିଧାନ ପ୍ରଣୟନ କରାଗଲା।
୧୯୬୧ – ବ୍ରିଟିଶ ଖବରକାଗଜ “ସନଡେ ଟେଲିଗ୍ରାଫ”ର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା।
୧୯୭୧ – ଆପୋଲୋ ୧୪ ମିଶନର ମହାକାଶଚାରୀମାନେ ଚନ୍ଦ୍ରରେ ଅବତରଣ କରିଥିଲେ।
୨୦୦୭ – ଭାରତର ସୁନୀତା ୱିଲିୟମ୍ସ ମହାକାଶରେ ସର୍ବାଧିକ ସମୟ ବିତାଇଥିବା ମହିଳା ହୋଇଥିଲେ।
୨୦୧୦ – ଭାରତୀୟ ଶୁଟର ଅଭିନବ ବିନ୍ଦ୍ରା ନେଦରଲ୍ୟାଣ୍ଡ ଅନ୍ତର୍ଜାତୀୟ ସୁଟିଂ ଚାମ୍ପିୟନଶିପ୍ ରେ ୬୦୦ରୁ ୫୯୬ ରନ୍ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ।