ନୂଆଦିଲ୍ଲୀ, ୦୫/୦୨: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୁଡ଼ ପକାଇବା ପରେ ତ୍ରିବେଣୀ ସଙ୍ଗମରେ ପୂଜାର୍ଚ୍ଚନା କରିଛନ୍ତି ମୋଦି।ପ୍ରୟାଗରାଜରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଯମୁନା ନଦୀରେ ଡଙ୍ଗାରେ ଯାତ୍ରା କରିଥିଲେ। ଏ ନେଇ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ସୂଚନାଯୋଗ୍ୟ, ବୁଧବାର ସକାଳ ୮ଟା ସୁଦ୍ଧା ୩୭୪୮ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି।