ମାଲକାନଗିରି ଜଳ ବିଭୀଷିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ‌ ଘରେ ଭିଜିଲାନ୍ସ ଚଢ଼ାଉ

ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ।

ଏଯାବତ୍ ଜବତ ହେଲାଣି ଦେଢ଼ କୋଟି ନଗଦ ଟଙ୍କା

ମାଲକାନଗିରି, ୦୫/୦୨: ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ ହୋଇଥିବା ସୂଚନା ମିଳିଛି। ଜୟପୁର ପାଓ୍ବାର ହାଉସ ଘର ସମେତ ଅନ୍ୟ ସ୍ଥାନରେ ବି ଚଢାଉ ହୋଇଛି। ୯ଟି ସ୍ଥାନରେ ଚାଲିଛି ଚଢାଉ ଚାଲିଛି। ମାଲକାନଗିରି, ଭୁବନେଶ୍ୱର, କଟକରେ ବି ଚାଲିଛି ରେଡ୍। ମାଲକାନଗିରିର ୪ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ। ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ସହ ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ ଓ ଡାଟା ଏଣ୍ଟ୍ରି ଅପରେଟର ବିଶ୍ବଜିତ ମଣ୍ଡଳଙ୍କ ଓ WMT ଅମିୟ ସାହୁଙ୍କ ଘରେ ମଧ୍ୟ ଚାଲିଛି ଭିଜିଲାନ୍ସ ଚଢାଉ। ବର୍ତ୍ତମାନ ସୁଦ୍ଧା ଜୟପୁରସ୍ଥିତ ବାସଭବନରେ ଦେଢ଼ କୋଟି ନଗଦ ଟଙ୍କା ଜବତ ହୋଇଛି। ଏହା ସହ ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ।