ଫେବ୍ରୁଆରୀ ୧୩ରେ ବିଧାନସଭାର ବଜେଟ୍ ଅଧିବେଶନ
ଶାସକ ଓ ବିରୋଧୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି ସୁରୁଖୁରୁରେ ଗୃହ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସହଯୋଗ ଲୋଡିବେ ବାଚସ୍ପତି।
୧୨ରେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର, ୦୬/୦୨: ଆସନ୍ତା ଫେବ୍ରୁଆରି ୧୩ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ଏନେଇ ଫେବ୍ରୁଆରି ୧୨ ତାରିଖରେ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି ସୁରୁଖୁରୁରେ ଗୃହ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସହଯୋଗ ଲୋଡିବେ ବାଚସ୍ପତି।
ସୂଚନାଯୋଗ୍ୟ, ଫେବ୍ରୁଆରି ୧୭ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଫେବ୍ରୁଆରି ୨୦ ଓ ୨୧ରେ ବିସ୍ତୃତ ଆଲୋଚନା ହେବ। ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଷ୍ଟାଣ୍ଡିଂ କମିଟି ବଜେଟ୍ ସମୀକ୍ଷା କରିବେ। ଏହି କମିଟିଗୁଡ଼ିକ ମାର୍ଚ୍ଚ ୭ତାରିଖରେ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିବେ। ମାର୍ଚ୍ଚ ୧୦ରୁ ଖର୍ଚ୍ଚ ଦାବି ସମ୍ପର୍କରେ ଆଲୋଚନା ହେବ। ଏହାପରେ ୨୯ ତାରିଖରେ ବିନିଯୋଗ ବିଲ ଉପସ୍ଥାପନ ହେବ।