ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଏଆଇ ଶିଖର ସମ୍ମୀଳନୀର ସହ-ଅଧ୍ୟକ୍ଷତା କରିବେ

ନୂଆଦିଲ୍ଲୀ, ୧୦/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ସେଠାରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବେ। ସେଠାରେ ପହଞ୍ଚିବା ପରେ ସେ ଶୀର୍ଷ ବୈଷୟିକ ସିଇଓଙ୍କ ସହ ମାକ୍ରୋନଙ୍କ ଦ୍ୱାରା ଆୟୋଜିତ ଏଲିସି ପ୍ୟାଲେସରେ ଏକ ରାତ୍ରୀ ଭୋଜନରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଫ୍ରାନ୍ସ ସିଇଓ ଫୋରମ୍ କୁ ସମ୍ବୋଧିତ କରିବେ। ମାର୍ସେଲିରେ ଥିବା ମଜାର୍ଗେଜ୍ ଯୁଦ୍ଧ କବରସ୍ଥାନ ପରିଦର୍ଶନ କରିବେ ଏବଂ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ।