ରାଜ୍ୟରେ ଆଇଏଏସ ଓ ଆଇପିଏସ ଅଫିସରଙ୍କ ଘୋର ଅଭାବ

ଖାଲି ପଡିଛି ୬୬ ଆଇଏଏସ ଓ ୬୯ ଆଇପିଏସ୍ ପଦବୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭/୦୨: ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଶାସନିକ ସେବା ଓ ପୋଲିସ ସେବାର ବିଭିନ୍ନ କ୍ଷେତ୍ରରେ ଖାଲି ପଡିଛି ବିପୁଳ ସଂଖ୍ୟକ ପଦବୀ। ରାଜ୍ୟରେ ଆଇଏଏସ ଓ ଆଇପିଏସ ଅଫିସରଙ୍କ ଅଭାବ ଦେଖିବାକୁ ମିଳିଛି।

ରାଜ୍ୟରେ ଓଡ଼ିଶା କ୍ୟାଡ଼ରର ୨୪୮ ଆଇଏଏସ ପଦବୀ ଥିବା ବେଳେ ୧୪୨ ଜଣ ଆଇଏଏସ ଅଧିକାରୀ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ୧୯୫ ଆଇପିଏସ୍ ପଦବୀ ରହିଥିବା ବେଳେ ୧୧୬ ଜଣ ଆଇପିଏସ୍ ଅଧିକାରୀ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ୬୬ ଆଇଏଏସ ଓ ୬୯ ଆଇପିଏସ୍ ଅଫିସର ପଦବୀ ଖାଲି ପଡିଛି। ୨ ଜଣ ଆଇଏଏସ ଆନ୍ତଃରାଜ୍ୟ ଡେପୁଟେସନରେ ଥିବା ବେଳେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ୨୨ ଆଇଏଏସ ଅଧିକାରୀ ଓ ୫ ବର୍ଷ ଧରି ୧୦ ଆଇପିଏସ୍ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।