ଦମ୍‌ଦାର ବିଜୟ ପରେ ସେଲିବ୍ରେସନ ମୁଡରେ ଖେଳାଳୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଜିମ୍ବାୱେକୁ ନିଜ ଘରୋଇ ମାଟିରେ ପରାସ୍ତ କରିଛି । ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜକୁ ୩-୦ରେ କ୍ଲିନ ସ୍ୱିପ୍ କରି କବଜା କରି ନେଇଛି ଟିମ୍ ଇଣ୍ଡିଆ । ତୃତୀୟ ମ୍ୟାଚର ହିରୋ ଏବଂ ପୁରା ସିରିଜର ଓପନର୍ ଶୁବମାନ ଗିଲ ହୋଇଛନ୍ତି । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ସିରିଜ୍ ଭାବେ ପୁରସ୍କୃତ କରାଯାଇଛି । ସିରିଜ୍ ମୂଳପୋଛ କରିବା ପରେ ଟିମ୍ ଇଣ୍ଡିଆ ଏକ ଗ୍ରାଣ୍ଡ ଷ୍ଟାଇଲରେ ସେଲିବ୍ରେସନ କରିଥିଲା ।

ବଲିଉଡ୍ ଫିଲ୍ମ ଗୀତ ‘କାଲା ଚଷମା’ ଗୀତରେ ନାଚୁଥିବା ନଜର ଆସିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ କ୍ୟାମେରା ଅନ୍ ହେବା ମାତ୍ରେ ଅଧିନାୟକ କେ.ଏଲ୍ ରାହୁଲ ଏବଂ ଧୱନ କ୍ୟାମେରା ଉପରୁ ହାତର ସଟର କାଢିଛନ୍ତି । ପଛରେ ଥିବା ଦୃଶ୍ୟ ଦୃଶ୍ୟମାନ ହେଉଛି।