ନବୀନ ନିବାସରେ ବଲିଉଡ୍ ଅଭିନେତା ଦଲିପ ତାହିଲ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ

ଭୁବନେଶ୍ୱର, ୨୦/୦୨: ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବଲିଉଡର ଜଣାଶୁଣା ଅଭିନେତା ଦଲିପ ତାହିଲ। ଆଜି ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦଲିପ ତାହିଲ।

ତାହିଲଙ୍କ ବାପା ଜଣେ ପାଇଲଟ ଥିଲେ। ସେ ବିଜୁ ବାବୁ ତଥା ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କଳିଙ୍ଗ ଏୟାରଲାଇନ୍ସରେ ଥିଲେ।

କଳିଙ୍ଗ ଏୟାରଲାଇନ୍ସ କଲିକତାରେ ଅବସ୍ଥିତ ଏକ ଘରୋଇ ଏୟାରଲାଇନ୍ସ ଥିଲା। ୧୯୪୭ ମସିହାରେ ଏୟାର ଲାଇନ୍ସର ମୁଖ୍ୟ ପାଇଲଟ୍ ତଥା ରାଜନେତା ବିଜୁ ପଟ୍ଟନାୟକ ଏହାକୁ ପ୍ରତିଷ୍ଠା କରିଥିଲେ। ୧୯୫୩ ମସିହାରେ ଏହି ଏୟାରଲାଇନ୍ସକୁ ଜାତୀୟକରଣ କରାଯାଇ ଇଣ୍ଡିଆନ ଏୟାରଲାଇନ୍ସରେ ମିଶ୍ରଣ କରାଯାଇଥିଲା।

ଅନ୍ୟପଟେ ଦଲିପ ତାହିଲ ବଲିଉଡର ଜଣେ ଜଣାଶୁଣା ଅଭିନେତା, ଯିଏ କି ଦଶନ୍ଧି ସମୟ ଧରି ତାଙ୍କ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି।