ଭୁବନେଶ୍ୱର, ୨୧/୦୨: ଚର୍ଚ୍ଚାରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଚାଞ୍ଚଲ୍ୟକର ବୟାନ। ତାଙ୍କ ଜୀବନର ପ୍ରତି ବିପଦ ଅଛି। ଏଣୁ ରାଜ୍ୟ ସରକାର ତାଙ୍କୁ କଡ଼ା ସୁରକ୍ଷା ଦେଇଛନ୍ତି। ଆଜି ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର।
ସେ କହିଛନ୍ତି, ମୋ ଜୀବନ ପ୍ରତି ବିପଦ ଥିବା କହିଥିଲେ ରାଜ୍ୟ ସରକାର। ତେଣୁ ଗୃହ ବିଭାଗ ତରଫରୁ ସୁରକ୍ଷା ନେବାକୁ କୁହାଯାଇଥିଲା। ସେହିପରି ଆଇଜି ମଧ୍ୟ ସୁରକ୍ଷା ନେବାକୁ କହିଥିଲେ। ସାଧାରଣ ସୁରକ୍ଷା ନୁହେଁ, ବରଂ କଡ଼ା ସୁରକ୍ଷା ନେବାକୁ କହିଥିଲେ। ମୁଁ ଜାଣିନାହିଁ, ମୋ ଉପରେ କ’ଣ ବିପଦ ଅଛି। କିନ୍ତୁ ମୁଁ କେବେ ସୁରକ୍ଷା ନେବା ପାଇଁ ଚାହିଁ ନଥିଲି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନ ରହିଲେ ସରକାର ଅଡୁଆରେ ପଡିଯିବେ ବୋଲି କୁହାଯାଇଥିଲା। ତେଣୁ ମୁଁ ବାଧ୍ୟ ସୋଇ ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରିଥିଲି ବୋଲି କହିଛନ୍ତି ବିଧାୟକ।
ଅନ୍ୟପଟେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପରେ କେଉଁ ଆଡୁ ବିପଦ ରହିଛି ସେ ନେଇ କିଛି ଜଣା ପଡ଼ିନାହିଁ।