ଆଇସିସି ଚାମ୍ପିଅନ୍ସ ଟ୍ରଫି: ଭାରତର ଦମଦାର ବିଜୟ

ଦିନିକିଆ ଶତକ ହାସଲ କରି ରେକର୍ଡ କଲେ କୋହଲି

ନୂଆଦିଲ୍ଲୀ, ୨୩/୦୨: ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ ହୋଇଛି। ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବୋଲିଂ କରିଥିଲା।

ପାକିସ୍ତାନ ଦଳ ୪୯.୪ ଓଭରରେ ଅଲ୍‌ଆଉଟ୍ ହୋଇ ୨୪୧ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ୨୪୨ ରନ୍ ଲକ୍ଷ୍ୟ କରି ୪୨.୩ ଓଭରରେ ୬ ୱିକେଟ ହରାଇ ୨୪୪ ରନ୍ କରିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ରନ୍, ଶୁଭମନ ଗିଲ୍ ୪୬ ରନ୍, ବିରାଟ କୋହଲି ୧୦୦ ରନ୍, ଶ୍ରେୟଶ ଆୟର ୫୬ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍, ଅକ୍ଷର ପଟେଲ ୩ ରନ୍ କରିଥିଲେ।

ବିରାଟ କୋହଲିଙ୍କ ୫୧ତମ ଦିନିକିଆ ଶତକ ବଳରେ ଭାରତ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରି ଏକ ପ୍ରସିଦ୍ଧ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି।

ସୂଚନାଯୋଗ୍ୟ, ସେ ୧୧୭ ବଲ୍ ରୁ ୧୦୦ ରନ୍ କରି ଅପରାଜିତ ରହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। କୋହଲିଙ୍କ ପୂର୍ବରୁ ପାକିସ୍ତାନ ବିପକ୍ଷ ଚାମ୍ପିଅନ୍ସ ଟ୍ରଫି ମ୍ୟାଚରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଥିଲା। ୨୦୧୭ ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ ୧୧୯ ବଲରୁ ୯୧ ରନ୍ କରିଥିଲେ।