ଚିନ୍ତା ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ : ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ବନ୍ୟା ପାଣି କମୁଥିବା ବେଳେ ଭୟ ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟା ରାଜ୍ୟରେ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ଦେଇଛି୧ । ଆଭ୍ୟନ୍ତରିଣ ସହ ପଶ୍ଚିମ ଓଡିଶାର ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବର୍ଷା ସମ୍ଭାବନା । ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହି ସବୁ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାରାଦୀପ ରାଡାରରୁ ମିଳିଥିବା ତଥ୍ୟ ମୁତାବକ ଜଗତସିଂହପୁର, କେନ୍ଦ୍ରାପଡା ସମେତ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଲାଗିରହିଛି । ଆଉ କିଛି ଉପକୂଳ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ମଧ୍ୟ ରହିଛି । ପ୍ରବଳ ବର୍ଷା ଫଳରେ ମାଟିରାସ୍ତା, ଚାଳଘର ପ୍ରଭାବିତ ହେବାର ସମ୍ଭାବନା ଦେଖାଦେଇଛି । ଏହା ସହ ମାଟି କାନ୍ଥ ପଡିବାର ବି ଆଶଙ୍କା ରହିଛି ।