ବାର କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ହେଲେ ମନନ ମିଶ୍ର

ଲଗାତାର ସପ୍ତମ ଥର ପାଇଁ ନିର୍ବାଚିତ

ନୂଆଦିଲ୍ଲୀ, ୦୧/୦୩: ବରିଷ୍ଠ ଆଇନଜୀବୀ ମନନ କୁମାର ମିଶ୍ର ଲଗାତାର ସପ୍ତମ ଥର ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ମନନ ମିଶ୍ର ବିହାରରୁ ରାଜ୍ୟସଭାରେ ବିଜେପି ସାଂସଦ ଭାବେ ପ୍ରତିନିଧିତ୍ଵ କରୁଛନ୍ତି।

ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଉପାଧ୍ୟକ୍ଷ ପଦ ପାଇଁ ତାମିଲନାଡୁ ଓ ପୁଡୁଚେରୀର ଏସ୍ ପ୍ରଭାକରନ ଏବଂ ଦିଲ୍ଲୀର ବେଦ ପ୍ରକାଶ ଶର୍ମା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପଦବୀ ପାଇଁ ମାର୍ଚ୍ଚ ୨ ତାରିଖରେ ନିର୍ବାଚନ ହେବ। ଉପାଧ୍ୟକ୍ଷ ନିର୍ବାଚିତ ହେବା ପରେ ନବନିର୍ବାଚିତ ଅଧ୍ୟକ୍ଷଙ୍କ ନେତୃତ୍ୱରେ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଚୟନ କରାଯିବ।