ବଦଳିଲେ ସରକାର ବଦଳୁଛି ରଙ୍ଗ

ପିଏମଶ୍ରୀ ସ୍କୁଲର ବଦଳିବ ରଙ୍ଗ

ଗେରୁଆ ହେବ ସରକାରୀ ସ୍କୁଲ କୋଠା

ଭୁବନେଶ୍ୱର, ୦୫/୦୩: ସରକାର ବଦଳିବା ପରେ ଧିରେ ଧିରେ ସବୁ କ୍ଷେତ୍ରରେ ବଦଳୁଛି ରଙ୍ଗ। ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପୋଷାକର‌ ରଙ୍ଗ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିବା ବେଳେ ଆଜି ସରକାରୀ ସ୍କୁଲର ରଙ୍ଗ ପରିବର୍ତ୍ତନ ପାଇଁ ଘୋଷଣା କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ନୂଆ ରଙ୍ଗ କୋଡ଼ ପ୍ରକାଶ ପାଇଛି। ଏହାର ଉଦ୍ଦେଶ୍ୟ ରହିଛି ସରକାରୀ ସ୍କୁଲର ଏକ ନୂତନ ପରିଚୟ ସୃଷ୍ଟି କରିବା।

ସ୍କୁଲ ନିର୍ମାଣ, ମରାମତି ଏବଂ ନବୀକରଣ କାର୍ଯ୍ୟ ସମୟରେ ଏହି ନୂତନ ରଙ୍ଗ କାର୍ଯ୍ୟକାରୀ ହେବ। ସବୁ ସ୍କୁଲ ଏହି ନୂଆ ରଙ୍ଗ କୋଡ଼ କୁ ମାନିବା ପାଇଁ ଓସେପା ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦେଶ ଦିଆଯାଇଛି। ସରକାରୀ ସ୍କୁଲର କୋଠା ସହ ସ୍କୁଲ ପରିସରକୁ ଆବୃତ କରିବା ପାଇଁ ଥିବା ପାଚେରୀର ମଧ୍ୟ ରଙ୍ଗ ବଦଳିବ। ଏଥି ପାଇଁ ଏକ ଡେମୋ ଦିଆଯାଇଛି।