ଭୁବନେଶ୍ଵର, ୫/୩(ଇମିସ): ସାମାଜିକ ଅନୁଷ୍ଠାନ ଚାନ୍ଦବାଲି ବିକାଶ ପରିଷଦର ପ୍ରଥମ ବାର୍ଷିକ ସମାରୋହ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର୍ସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ, ପୂର୍ବତନ ରାଜ୍ୟ ନିର୍ବାଚନ କମିସନର ରବିନାରାୟଣ ସେନାପତି, ଆଇଜିଏମ୍ଆର୍ସି ମହାନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ବିଶ୍ଵାଳ, ପ୍ରଶାନ୍ତ ବେହେରା, ଅବସରପ୍ରାପ୍ତ ପ୍ରଫେସର ଡ଼ ଗୌରହରି ଦାସ ପ୍ରମୁଖ ଯୋଗଦେଇ ପରିଷଦର ବିଭିନ୍ନ ସମାଜଧର୍ମୀ କାର୍ଯ୍ୟର ପ୍ରଶଂସା କରିଥିଲେ | ପରିଷଦର ସଭାପତି ନିରୋଦ ରାଉତ ସଭାପତିତ୍ୱ କରି ଚାନ୍ଦବାଲିର ଭୌଗୋଳିକ, ମୌଳିକ ସମସ୍ୟା ର ସମାଧାନ ଓ ବିକାଶର ଧାରା ଆଗକୁ ବଢିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ | ସମ୍ପାଦକ ମହେଶ୍ବର ବଳ ପରିଷଦର ଆଭିମୁଖ୍ୟ ଓ ବିଗତ ଦିନର କାର୍ଯ୍ୟକ୍ରମ ତଥା ଭବିଷ୍ୟତ କାର୍ଯ୍ୟପନ୍ଥା ଭୁଟ୍ଟ ସମ୍ପର୍କରେ କହିଥିଲେ। ଏହି ଅବସରରେ ବିକାଶ ପରିଷଦର ମୁଖପତ୍ର “ଚାନ୍ଦବାଲି ବିଭା” ଉନ୍ମୋଚିତ ହୋଇଥିଲା। ପତ୍ରିକାର ସୁ ସମ୍ପାଦକ ବଂଶୀଧର ଭୋଇ ଓ ସହ ସମ୍ପାଦକ ଦେବେନ୍ଦ୍ର ବିଶ୍ୱାଳ, ଗୌରହରି ନାୟକ ପତ୍ରିକା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଚାନ୍ଦବାଲି ଅଞ୍ଚଳର ବହୁ ସୁନାମଧନ୍ୟ ଡାକ୍ତର, ସାହିତ୍ୟକ, ସମାଜସେବୀ, ଗବେଷକ, ରୋଗ ଗ୍ରସ୍ତ ରେ ଥିବା ମହିଳା ଓ ପୁରୁଷ ମାନଙ୍କୁ ଆର୍ଥିକ ସହାୟତା ଓ ସଂଗଠକଙ୍କୁ ସମ୍ବଦ୍ଧିତ କରାଯାଇଥିଲା | ବିକାଶର ସହଯୋଗୀ ଅନ୍ୟମାନେ ହେଲେ ମହେନ୍ଦ୍ର ସୂତାର, ମୃତ୍ୟୁଞ୍ଜୟ ନାୟକ, ଅସିତ କୁମାର ସ୍ବାଇଁ, , ସୁବାସ ଚନ୍ଦ୍ର ନାୟକ, ଆଲୋକ କୁମାର ନାୟକ, ମନୋରଞ୍ଜନ ନାୟକ, ସୁଶାନ୍ତ କୁମାର ବେହେରା, ସୁରେନ୍ଦ୍ର ସୂତାର, କ୍ଷୀରୋଦ ନାୟକ, ନକୁଳ ମଲ୍ଲିକ, ରମେଶ କରଣ ପ୍ରମୁଖ ସହଯୋଗ କରିଥିଲେ | ଚିନ୍ମୟ ସ୍ଵାଇଁ ଧନ୍ୟବାଦ ଅର୍ପଣ ଦେଇଥିଲେ ।
Prev Post
Next Post