IAS ସ୍ତରରେ ଅଦଳବଦଳ: ବିଜୟ ଅମୃତା କୁଲାଙ୍ଗେ ହେଲେ BMC କମିଶନର

ଭୁବନେଶ୍ୱର: ଆଇଏଏସ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଇଏଏସ ଅଫିସର କେ.ସୁଦର୍ଶନ ଚକ୍ରବର୍ତ୍ତୀ ହୋଇଛନ୍ତି ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ । ଆଇଏଏସ ନିଖିଲ ପବନ କଲ୍ୟାଣ କଟକ ମହାନଗର କମିଶନର ହୋଇଥିବା ବେଳେ ବିଜୟ ଅମୃତା କୁଲାଙ୍ଗେ ହୋଇଛନ୍ତି ଭୁବନେଶ୍ୱର ମହାନଗର କମିଶନର । ସେହିପରି ମଧୁସ୍ମିତା ସାହୁ ହୋଇଛନ୍ତି ରାଜସ୍ୱ ବିଭାଗ ଯୁଗ୍ମ ସଚିବ ।

ସେପଟେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ହୋଇଛନ୍ତି ଜଳ ସଂପଦ ଯୁଗ୍ମ ସଚିବ, କନ୍ଧମାଳ ଜିଲ୍ଲାପାଳ ଆଇଏଏସ ବୃନ୍ଦା ଡି. ହୋଇଛନ୍ତି ଓଏସଏମସିଏଲ ଏମଡି । ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ମିଳିଛି କୃଷି ନିର୍ଦ୍ଦେଶକ ଦାୟିତ୍ୱ । ଆଇଏଏସ ସଂଗ୍ରାମ ମହାପାତ୍ର ହୋଇଛନ୍ତି ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ । ଗାଭାଲି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଦାୟିତ୍ୱ, ସ୍ୱଧା ଦେବସିଂଙ୍କୁ ରାୟଗଡ଼ା ଜିଲ୍ଲାପାଳ, ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଏବଂ ଆଇଏସଏସ ଅନନ୍ୟା ଦାସ ହୋଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ।

ସେହିପରି ଦିବ୍ୟଜ୍ୟୋତି ପରିଡ଼ା ହୋଇଛନ୍ତି ଗଞ୍ଜାମ ଜିଲ୍ଲାପାଳ, ସିଦେ୍ଧଶ୍ୱର ବଳିରାମ ବୋନ୍ଦର ହୋଇଛନ୍ତି ଭଦ୍ରକ ଜିଲ୍ଲାପାଳ, ତ୍ରିଲୋଚନ ମାଝୀଙ୍କୁ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ, ଦତ୍ତାତ୍ରେୟ ଭାଉସାହେବ ସିନେ୍ଧଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି । ସୋମେଶ କୁମାର ଉପାଧ୍ୟାୟଙ୍କୁ ଦେବଗଡ଼ ଜିଲ୍ଲାପାଳ, ପି.ଅନ୍ୱେଷା ରେଡ୍ଡୀ ହେଲେ କଳାହାଣ୍ଡି ଜିଲ୍ଲାପାଳ, ପାଟିଲ ଆଶିଷ ଇଶ୍ୱର କନ୍ଧମାଳ ଜିଲ୍ଲାପାଳ, ହେମକାନ୍ତ ସାଏ ନୂଆପଡ଼ା ଜିଲ୍ଲାପାଳ, କାର୍ତ୍ତୀ ଭାସନ ଗଞ୍ଜାମ ପିଡି ଡିଆରଡିଏ, ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ ଭୁବନେଶ୍ୱର ମହାନଗର ଅତିରିକ୍ତ କମିଶନର । ଜେ.ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର । ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ଜିଏ ବିଭାଗ ଅନୁସଚିବ ଭାବରେ ନିଯୁକ୍ତ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ଏବଂ ଜନସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।