ରାସନକାର୍ଡକୁ ନେଇ ବଡ ଖବର: ଜାଣନ୍ତୁ କିପରି ବଦଳାଇବେ ମୋବାଇଲ ନମ୍ବର

ନୂଆଦିଲ୍ଲୀ: ଗରିବ ଲୋକଙ୍କ ସହାୟତା ପାଇଁ ରାସନ ଯୋଗାଉଛନ୍ତି ସରକାର । କିନ୍ତୁ ଅନେକ ଥର କିଛି ଛୋଟ ଭୁଲ ଯୋଗୁଁ ଆମକୁ ରାସନ ମିଳିନଥାଏ । ସେହିପରି ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣଙ୍କ ମୋବାଇଲ ନମ୍ବର ବଦଳିଛି, ତେବେ ଏହାକୁ ତୁରନ୍ତରାସନ କାର୍ଡରେ ଅପଡେଟ କରନ୍ତୁ । ଯଦି ଆପଣ ରାସନ କାର୍ଡରେ ମୋବାଇଲ ନମ୍ବର ଭୁଲ ଦିଅନ୍ତି ବା ନମ୍ବର ବଦଳାଇଛନ୍ତି ଓ କାର୍ଡ ଅପଡେଟ ହୋଇନାହିଁ, ତେବେ ଆପଣଙ୍କୁ ରାସନ ନେବାରେ ସମସ୍ୟା ହୋଇପାରେ । ତେବେ କିପରି ଆପଣ କିପରି ମୋବାଇଲ୍ ନମ୍ବରକୁ ରାସନ କାର୍ଡରେ ଅପଡେଟ୍ କରିବେ, ଆସନ୍ତୁ ଜାଣିବା…

ରାସନ କାର୍ଡରେ ମୋବାଇଲ୍ ନମ୍ବର ଅପଡେଟ୍ କରିବା ବହୁତ ସହଜ । ଆପଣ ଘରେ ଅତି ସହଜରେ ଏହା କରିପାରିବେ ।
– ପ୍ରଥମେ ଆପଣ ଏହି ସାଇଟ https://nfs.delhi.gov.in/Citizen/UpdateMobileNumber.aspxକୁ ଯାଆନ୍ତୁ ।
-ଏବେ ଏଠାରେ ଏକ ପେଜ୍ ଖୋଲିବ, ଯେଉଁଠାରେ ଆପଣ Update Your Registered Mobile Number ଲେଖା ଥିବା ଦେଖିବାକୁ ପାଇବେ ।
– ବର୍ତ୍ତମାନ ଏଥିରେ ଆପଣ ନିଜର ଡାଟା ଦେବେ ।
-ଏଠାରେ ପ୍ରଥମ କଲମରେ Aadhaar Number of Head of Household/NFS IDଲେଖନ୍ତୁ ।
– ଦ୍ୱିତୀୟ କଲମରେ Ration card Noଲେଖନ୍ତୁ ।
-ତୃତୀୟ କଲମରେ Name of Head of Household ଲେଖନ୍ତୁ ।
– ଶେଷ କଲମରେ ଆପଣ ନିଜର ନୂଆ ମୋବାଇଲ୍ ନମ୍ବର ଲେଖନ୍ତୁ ଓ ଏହାକୁ ସେଭ୍ କରନ୍ତୁ ।
– ଏବେ ଆପଣଙ୍କର ମୋବାଇଲ୍ ନମ୍ବର ଅପଡେଟ୍ ହୋଇଯିବ ।