ଭୁବନେଶ୍ୱର, ୦୯/୦୩: ବିବାଦରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ଓଡ଼ିଶା ସମ୍ପର୍କରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ଜୟନାରାୟଣ ମିଶ୍ର। ଓଡ଼ିଶା କହିଲେ କେବଳ କଟକ, ପୁରୀ ଓ ବାଲେଶ୍ୱରକୁ ବୁଝାଏ। ଏ କଥା ସମ୍ବଲପୁର ବାସୀ ଜାଣି ରଖିବା ଉଚିତ୍। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍କଳ, କୋଶଳ ଓ କଳିଙ୍ଗ ମିଶି ଓଡ଼ିଶା ପ୍ରଦେଶ ଗଠନ ହୋଇଛି। ତେବେ କିପରି ଉତ୍କଳର କେବଳ ଜୟଗାନ ହେବ। କାହିଁକି କୋଶଳ ଓ କଳିଙ୍ଗର ଜୟଗାନ ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ। ଆମର ଅର୍ଥ, ଆମର ଖଣି, ଚାଷ, ଜଙ୍ଗଲ ସବୁଥିରେ ଶୋଷଣ କରାଯାଉଛି। ଏବେ ସାଂସ୍କୃତିକ ସ୍ତରରେ ବି ହତାଦର କରିବାକୁ ପ୍ରୟାସ କରାଯାଉଛି। ଓଡ଼ିଶାରେ ମିଶିବା ଐତିହାସିକ ଭୁଲ ବୋଲି କହିଛନ୍ତି ଜୟନାରାୟଣ। ତେବେ ଜୟନାରାୟଣ ମିଶ୍ରଙ୍କ ଏଭଳି ବୟାନ ପରେ ଘେରିଛନ୍ତି ବିରୋଧୀ ଦଳ। ଜୟନାରାୟଣ ମିଶ୍ର ଶାସକ ଦଳରେ ଥାଇ ମଧ୍ୟ ଏଭଳି ବୟାନ ଦେବି ଓଡ଼ିଆ ଅସ୍ମିତାକୁ କୁଠାରାଘାତ ବୋଲି କହିଛନ୍ତି ବିରୋଧୀ ଦଳ।
Prev Post