ସୀମା ପୁନଃ ନିର୍ଦ୍ଧାରଣ ବୈଠକ: ନବୀନଙ୍କୁ ଷ୍ଟାଲିନଙ୍କ ନିମନ୍ତ୍ରଣ

ଯୋଗ ଦେବେ ନବୀନ

ଭୁବନେଶ୍ୱର, ୧୧/୦୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିର୍ଦ୍ଦେଶରେ ସାଂସଦ ଦୟାନିଧି ମାରନ ଓ ମନ୍ତ୍ରୀ ଟିଆରବି ରାଜା ଡିଏମକେର ଏହି ଦୁଇ ଜଣିଆ ପ୍ରତିନିଧି ଦଳ ଆଜି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣର ସ୍ଵତନ୍ତ୍ର ବୈଠକରେ ଯୋଗ ଦେବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି।

ଆସନ୍ତା ୨୨ ତାରିଖରେ ଚେନ୍ନାଇଠାରେ ହେବାକୁ ଥିବା ବୈଠକରେ ୭ରୁ ୮ଟି ରାଜ୍ୟ ଯୋଗ ଦେବେ। ଏଥିରେ ନବୀନ ମଧ୍ୟ ଯୋଗ ଦେବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଗତ ଶୁକ୍ରବାର କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଓଡ଼ିଶାର ପ୍ରତିପକ୍ଷଙ୍କୁ ଚିଠି ଲେଖି ସୀମା ନିର୍ଦ୍ଧାରଣକୁ ନେଇ ଏକତ୍ର ମିଶି ଲଢ଼େଇ ପାଇଁ ରାଜ୍ୟ ସହ ହାତ ମିଳାଇ ଜଏଣ୍ଟ ଆକ୍ସନ କମିଟି (ଜେଏସି)ରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ।