ଦର୍ଶନ ଆଇନାରେ ଇତିହାସର ପୃଷ୍ଠା

ନଜର ପକାନ୍ତୁ ଆଜି ଓ ଅତୀତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ

ଆଜିର ତାରିଖ ୨୦୨୫ ମାର୍ଚ୍ଚ ୧୩

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଡକ୍ଟର ବୁରଗୁଲା ରାମକୃଷ୍ଣ ରାଓ (୧୩ ମାର୍ଚ୍ଚ ୧୮୯୯ – ୧୫ ସେପ୍ଟେମ୍ବର ୧୯୬୭), ତତ୍କାଳୀନ ହାଇଦ୍ରାବାଦ ରାଜ୍ୟର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଥିଲେ। ସେ ହାଇଦ୍ରାବାଦ ରାଜ୍ୟ କଂଗ୍ରେସର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ। ଡକ୍ଟର ରାମକୃଷ୍ଣ ରାଓ କେରଳର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ୧୯୬୨ ଏପ୍ରିଲ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

୨. ଫିରୋଜ ବରୁଣ ଗାନ୍ଧି, ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ପିଲିଭିଟ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ତୃତୀୟ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ନାନା ଫଡନାବିସ (୧୨ ଫେବୃଆରୀ, ୧୭୪୨ – ୧୩ ମାର୍ଚ୍ଚ ୧୮୦୦) ଭାରତର ପୁଣେରେ ପେଶୱା ପ୍ରଶାସନ ସମୟରେ ମରାଠା ସାମ୍ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଏବଂ ରାଜନେତା ଥିଲେ।

୨. ଉସ୍ତାଦ ବିଲାୟତ ଖାନ (୨୮ ଅଗଷ୍ଟ ୧୯୨୮ – ୧୩ ମାର୍ଚ୍ଚ ୨୦୦୪) ଜଣେ ଭାରତୀୟ ଶାସ୍ତ୍ରୀୟ ସିତାର ବାଦକ ଥିଲେ। ସେ ୧୯୬୪ ମସିହାରେ ପଦ୍ମଶ୍ରୀ ଓ ୧୯୬୮ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

୩. ଭାଲାଥୋଲ ନାରାୟଣ ମେନନ (୧୬ ଅକ୍ଟୋବର ୧୮୭୮ – ୧୩ ମାର୍ଚ୍ଚ ୧୯୫୮) ମାଲାୟାଲମ ଭାଷାର ଜଣେ କବି ଥିଲେ। ସେ ଜଣେ ଜାତୀୟତାବାଦୀ କବି ଥିଲେ। ସେ ଜାତିଗତ କଟକଣା, ଅତ୍ୟାଚାର ଓ କଠୋରତା ବିରୋଧରେ କବିତା ଲେଖିଥିଲେ। ସେ କେରଳ କଲାମଣ୍ଡଲମ୍ ପ୍ରତିଷ୍ଠା କରିଥିଲେ ଏବଂ କଥକଲି ନାମରେ ପରିଚିତ ପାରମ୍ପରିକ କେରଳ ନୃତ୍ୟକୁ ପୁନର୍ଜୀବିତ କରିବାର ଶ୍ରେୟ ତାଙ୍କୁ ଦିଆଯାଏ।

୪. କୁଳକୁଣ୍ଡ ଶିବ ରାଓ (୧୫ ଜୁନ ୧୯୨୪ – ୧୩ ମାର୍ଚ୍ଚ ୧୯୯୨), ନିରଞ୍ଜନ ନାମରେ ଜଣାଶୁଣା, ଜଣେ କନ୍ନଡ ନାଟ୍ୟକାର, ଔପନ୍ୟାସିକ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କ ଦ୍ୱାରା ୬୦ରୁ ଅଧିକ ପୁସ୍ତକ ରଚନା ହୋଇଛି।‌ସାହିତ୍ୟକ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ କର୍ଣ୍ଣାଟକ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ନେହେରୁ ସୋଭିଏତ ଲ୍ୟାଣ୍ଡ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-

୧୯୦୦ – ବ୍ରିଟିଶ ସୈନ୍ୟମାନେ ଅରେଞ୍ଜ ଫ୍ରି ଷ୍ଟେଟ୍ ର ରାଜଧାନୀ ବ୍ଲୋମ୍ଫୋଣ୍ଟେନକୁ ଦଖଲ କରିଥିଲେ।

୧୯୦୬: ଢାକାରେ ଅଲ୍ ଇଣ୍ଡିଆ ମୁସଲିମ୍ ଲିଗ୍ ସ୍ଥାପିତ ହୋଇଥିଲା।

୧୯୩୩ – ଜୋସେଫ୍ ଗୋଏବଲ୍ସ ନାଜି ଜର୍ମାନୀର ସୂଚନା ଓ ପ୍ରଚାର ମନ୍ତ୍ରୀ ହୋଇଥିଲେ।

୧୯୪୦ – ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଅମୃତସରରେ ଘଟିଥିବା ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ସ୍ୱରୂପ ମାଇକେଲ ଓ’ଡାୟରଙ୍କୁ ଭାରତୀୟ ବିପ୍ଳବୀ ଉଧମ ସିଂହ ହତ୍ୟା କରିଥିଲେ ।

୨୦୧୮: ଛତିଶଗଡ଼ର ସୁକମାରେ ନକ୍ସଲ ଆକ୍ରମଣରେ ୯ ଜଣ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଯବାନ ସହିଦ ହୋଇଥିଲେ।