ଅବିଶ୍ୱସନୀୟ ସୁନା ଓ ରୂପା ଦର

୯୦ ହଜାର ଅତିକ୍ରମ କଲା ସୁନା ଦର

ରୂପା ଦର ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ୱର, ୧୯/୦୩: ସର୍ବକାଳୀନ ରେକର୍ଡ଼ ଛୁଇଁଲା ସୁନା। ଅବିଶ୍ୱସନୀୟ ଭାବେ ବୃଦ୍ଧି ପାଉଛି ସୁନା ଓ ରୂପା ଦର। ୯୦ ହଜାର ଟଙ୍କା ଅତିକ୍ରମ କରିଛି ସୁନା ଦର। ୨୪ କ୍ୟାରେଟ ସୁନା ଦର ୮୯, ୫୬୦ ଟଙ୍କାରୁ  ୪୪୦ ଟଙ୍କା ବଢି ୧୦ ଗ୍ରାମ ପିଛା ୯୦,୦୧୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୪୦୦ ଟଙ୍କା ବଢି ୮୨,୫୧୦ ଟଙ୍କା ରହିଛି। ସେହିପରି ରୂପା ୧ କେଜି ପିଛା ୧୧୦୦ ଟଙ୍କା ବଢି ୧ ଲକ୍ଷ ୧୩ ହଜାର ଟଙ୍କା ହୋଇଛି।

ଗତକାଲି ୨୪ କ୍ୟାରେଟ ସୁନା ମୂଲ୍ୟ ୮୨,୫୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୯୦,୦୦୦ ଟଙ୍କା ଥିଲା। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୦,୧୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୮୨,୬୬୦ ଟଙ୍କା ରହିଛି।