ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡ

ଅନୁମତି ଦେଲେ ଓପିଆଇଡି କୋର୍ଟ

ଭୁବନେଶ୍ୱର, ୧୯/୦୩: ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏବଂ ଏଜେନ୍ସିର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଗ୍ରାମବାସୀଙ୍କ କଲ୍ୟାଣ ଉଦ୍ଦିଷ୍ଟ ସମବାୟ ସମିତି ପାଣ୍ଠିର ଅପବ୍ୟବହାର କରିଥିବା ବିଜେଡ଼ି ନେତା ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏ ନେଇ ଅନୁମତି ଦେଇଛନ୍ତି ଓପିଆଇଡି କୋର୍ଟ। ଏହା ସହ ରାଜାଙ୍କ ଦୁଇ ସହଯୋଗୀ ସଭାପତି ମାନସ ବାରିକ୍ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ ମଧ୍ୟ ରିମାଣ୍ଡରେ ନେବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଶାଖା ଇଓଡବ୍ଲୁ ପୂର୍ବରୁ ରାଜାଙ୍କୁ ଗିରଫ କରିଥିଲା। ପରେ ୯ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।