ଭୁବନେଶ୍ୱର, ୧୯/୦୩: ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତିରୁ ବଞ୍ଚିତ ଅଛନ୍ତି ୧ ଲକ୍ଷ ମହିଳା ହିତାଧିକାରୀ। ମାର୍ଚ୍ଚ ୩୧ ପରେ ୱାନ ଟୁ ୱାନ ସର୍ଭେ ପରେ ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ମହିଳା ହିତାଧିକାରୀ ଦ୍ୱିତୀୟ କିସ୍ତି ଟଙ୍କା ପାଇବେ।
ଦ୍ୱିତୀୟ କିସ୍ତିରୁ ବଞ୍ଚିତ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ। ହେଲେ ଦ୍ୱିତୀୟ କିସ୍ତି ମିଳିବା ବେଳକୁ ସେମାନେ ସେମାନଙ୍କ ଆୟଭିତ୍ତିରେ ରାସନ୍ କାର୍ଡ ଫେରାଇଛନ୍ତି। କିଛି ମହିଳା ଗାଡ଼ି କିଣିଥିବାରୁ ମଧ୍ୟ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି କାରଣରୁ କିଛି ମହିଳାଙ୍କୁ ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ବଞ୍ଚିତ ହେବାକୁ ପଡ଼ିଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଆବେଦନ ତାରିଖ ରହିଛି। ତେଣୁ ଆବେଦନ ପରେ ୱାନ ଟୁ ୱାନ ସର୍ଭେ କରାଯାଇ ବାଦ ପଡିଥିବା ହିତାଧିକାରୀଙ୍କୁ ସୁଭଦ୍ରାରେ ଅନ୍ତର୍ଭୂକ୍ତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।