ୟୁପିଆଇ ୟୁଜର୍ସ ଧ୍ୟାନ ଦିଅନ୍ତୁ
ଏପ୍ରିଲ ୧ରୁ ବନ୍ଦ ହୋଇଯିବ ବ୍ୟାଙ୍କିଂ ଓ ୟୁପିଆଇ ସେବା!
କାରଣ ଜାଣିବା ପାଇଁ ନିଶ୍ଚୟ ପଢନ୍ତୁ ଏହି ଖବର
ନୂଆଦିଲ୍ଲୀ, ୨୧/୦୩: ଆପଣ ୟୁପିଆଇ ପେମେଣ୍ଟ କରୁଛନ୍ତି କି? ହେଲେ ନମ୍ବର ନିଷ୍କ୍ରିୟ ଅଛି। ଖୁବଶୀଘ୍ର ବନ୍ଦ ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ ଥିବା ମୋବାଇଲ ନମ୍ବରରେ ୟୁପିଆଇ ସେବା। ଏପ୍ରିଲ ୧ରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛି ଏନପିସିଆଇ।
ଯେଉଁମାନଙ୍କ ମୋବାଇଲ ନମ୍ବର ୯୦ ଦିନରୁ ଉର୍ଦ୍ଧ୍ବ ସମୟ ଧରି ଇନଆକ୍ଟିଭ ଅଛି ବା ସେହି ନମ୍ବରରେ କୌଣସି ପ୍ରକାର ରିଚାର୍ଜ ହୋଇନାହିଁ, ତାହାଲେ ସେହି ନମ୍ବରରେ ଥିବା ୟୁପିଆଇ ସେବାକୁ ବନ୍ଦ କରି ଦିଆଯିବ। ବ୍ୟାଙ୍କ ଆକାଉଣ୍ଟ, ଗୁଗଲ ପେ , ଫୋନପେ ଓ ପେଟିଏମ୍ ଭଳି ୟୁପିଆଇ ଆପ୍ ସହ ଜଡ଼ିତ ସେବାକୁ ବନ୍ଦ କରି ଦିଆଯିବ। ଇନଆକ୍ଟିଭ ଥିବା ମୋବାଇଲ ନମ୍ବରରେ ସଂଯୁକ୍ତ ଥିବା ୟୁପିଆଇ ଆଇଡିରେ ଟଙ୍କା ନେଣଦେଣରେ ସମସ୍ୟା ସୃଷ୍ଟି ହେଉଥିବାରୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଏହି ନିଷ୍ପତ୍ତି ନେଇଛି।
ଯଦି ବହୁ ସମୟ ଧରି ନମ୍ବର ଇନଆକ୍ଟିଭ ରହିଛି, ତାହାଲେ ବ୍ୟାଙ୍କଗୁଡିକ ସେହି ନମ୍ବରକୁ ରେକର୍ଡରୁ ହଟାଇ ଦେବେ ଓ ଯାହାଫଳରେ ୟୁପିଆଇ ସେବା ମଧ୍ୟ ବନ୍ଦ ହୋଇଯିବ। ଅନଲାଇନ ଠକେଇର ଆଶଙ୍କାକୁ କମ୍ କରିବା ପାଇଁ ବ୍ୟାଙ୍କଗୁଡ଼ିକ ଏପରି ନିଷ୍ପତ୍ତି ନେଇଛି।
କେଉଁମାନେ ପ୍ରଭାବିତ ହେବେ?
• ଯେଉଁ ଗ୍ରାହକମାନେ ମୋବାଇଲ ନମ୍ବର ଅପଡେଟ୍ କରିଛନ୍ତି କିନ୍ତୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ମୋବାଇଲ ନମ୍ବରକୁ ଅପଡେଟ୍ କରିନାହାନ୍ତି।
• ଯେଉଁ ଗ୍ରାହକମାନେ ଅଚଳ ମୋବାଇଲ ନମ୍ବରରେ ୟୁପିଆଇ ସେବା ବ୍ୟବହାର ଜାରି ରଖିଛନ୍ତି।
ୟୁପିଆଇ ସେବାକୁ ଜାରି ରଖିବା ପାଇଁ ଏହି ପଦକ୍ଷେପ
ଗ୍ରହଣ କରନ୍ତୁ-
• ବ୍ୟାଙ୍କରେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କାର୍ଯ୍ୟକ୍ଷମ ଥିବା ନିଶ୍ଚିତ କରନ୍ତୁ।
• ଏପ୍ରିଲ ୧ ସୁଦ୍ଧା ଆପଣଙ୍କର ନୂତନ ନମ୍ବର ସହିତ ଆପଣଙ୍କ ବ୍ୟାଙ୍କ ରେକର୍ଡ ଅପଡେଟ୍ କରନ୍ତୁ।
• ଯେଉଁ ନମ୍ବରରେ ୟୁପିଆଇ ଆଇଡି ଅଛି, ସେହି ନମ୍ବରକୁ ଆକ୍ଟିଭ ବା ସକ୍ରିୟ କରନ୍ତୁ।