ଲୋୟର ପିଏମଜି ପାଲଟିଲା ଯୁଦ୍ଧକ୍ଷେତ୍ର
କଂଗ୍ରେସ କର୍ମୀଙ୍କ ଢେଲା ମାଡ଼, ପୋଲିସର ଲୁହ ବୁହା ଗ୍ୟାସ ପ୍ରୟୋଗ
ପିସିସି ସଭାପତି ଭକ୍ତ ଦାସ ଓ ତାରା ବାହିନୀପତି ଗିରଫ
ଭୁବନେଶ୍ୱର, ୨୭/୦୩: ଲୋୟର ପିଏମଜିରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତା ଓ ପୋଲିସ। ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଥିବା କଂଗ୍ରେସ କର୍ମୀଙ୍କ ଉପରେ ଲାଠିଚାର୍ଜ କରିଛି ପୋଲିସ। କଂଗ୍ରେସ କର୍ମୀ ମଧ୍ୟ ପୋଲିସ ଉପରକୁ ଚେୟାର ଓ ପଥର ଫିଙ୍ଗିବା ଅଣ୍ଡା ମାଡ କରି ଥିଲେ। ଏଥିରେ ବହୁ କଂଗ୍ରେସ କର୍ମୀ ଓ ପୋଲିସ ସମେତ ଏହି ଖବରର ସିଧା ପ୍ରସାରଣ କରୁଥିବା ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପାଣି ମାଡି ସହ ଲୁହ ବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଛି ପୋଲିସ।
ଏହାରି ଭିତରେ ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ବିଧାୟକ ତାରା ବାହିନୀପତି ଓ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।