୧୦ ବର୍ଷରେ ଅବକାରୀ ରାଜସ୍ୱ ଆଦାୟ ୪୯,୮୫୭.୪୭ କୋଟି
ବିଧାନସଭାରେ ମଦ ଦୋକାନର ହିସାବ ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, ୨୯/୦୩: ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ଅବକାରୀ ରାଜସ୍ୱ ଆଦାୟର ହିସାବ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କେନ୍ଦୁଝର ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୪୯,୮୫୭.୪୭ କୋଟି ଟଙ୍କାର ଅବକାରୀ ରାଜସ୍ବ ଆଦାୟ ହୋଇଛି। ଗତ ଏକ ଦଶନ୍ଧି ମଧ୍ୟରେ ସମଗ୍ର ରାଜ୍ୟରେ ସମୁଦାୟ ୪୧,୪୫୦ ଟି ମଦ ଦୋକାନ ଚାଲୁଥିବା ବେଳେ ୨୦୨୪-୨୫ ରେ ୩,୮୫୯ଟି ଦେଶୀ, ବିଦେଶୀ ମଦ ଦୋକାନ ଚାଲିଛି।