ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଅମିତ ତ୍ରିବେଦୀ, ଜଣେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ ଏବଂ ଗୀତିକାର। ୨୦୧୦ମସିହାରେ ସେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ମଙ୍ଗଳ ପାଣ୍ଡେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏ କି ୧୮୫୭ ମସିହାରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ୩୪ତମ ବେଙ୍ଗଲ ନେଟିଭ୍ ଇନଫେଣ୍ଟ୍ରି (ବିଏନଆଇ) ରେଜିମେଣ୍ଟରେ ସିପାହୀ ଥିଲେ। ୧୯୮୪ ମସିହାରେ ଭାରତ ସରକାର ତାଙ୍କ ସ୍ମୃତିରେ ଡାକଟିକଟ ଜାରି କରିଥିଲେ। ୧୮୫୭ ମସିହା ଏପ୍ରିଲ ୮ ତାରିଖରେ ତାଙ୍କୁ ଫାଶୀ ଦିଆଯାଇଥିଲା।
୨. ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ (୨୭ ଜୁନ ୧୮୩୮ – ୮ ଅପ୍ରେଲ ୧୮୯୪), ଜଣେ ଭାରତୀୟ ଔପନ୍ୟାସିକ, କବି ଓ ସାମ୍ବାଦିକ। ସେ ମୂଳତଃ ସଂସ୍କୃତ ଭାଷାରେ ବନ୍ଦେ ମାତରମର ରଚୟିତା ଥିଲେ। ଚଟ୍ଟୋପାଧ୍ୟାୟ ବଙ୍ଗଳା ଭାଷାରେ ୧୪ଟି ଉପନ୍ୟାସ, ବ୍ୟଙ୍ଗାତ୍ମକ, ବୈଜ୍ଞାନିକ ଏବଂ ସମାଲୋଚନାତ୍ମକ ଗ୍ରନ୍ଥ ଲେଖିଥିଲେ। ସେ ବଙ୍ଗଳାଭାଷାରେ ସାହିତ୍ୟ ସମ୍ରାଟ ନାମରେ ପରିଚିତ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୪୫୫ – ଆଲଫୋନ୍ସୋ ଡି ବୋର୍ଜିଆ ପୋପ୍ କାଲିଷ୍ଟସ୍ ତୃତୀୟ ଭାବେ ନିର୍ବାଚିତ ହୋଇଥିଲେ।
୧୭୫୯ – ବ୍ରିଟିଶ ସୈନ୍ୟମାନେ ଭାରତର ମସୁଲିପାଟମରୁ ଫ୍ରାନ୍ସକୁ ଘଉଡାଇ ଦେଇଥିଲେ।
୧୮୨୦ – ପ୍ରସିଦ୍ଧ ପ୍ରାଚୀନ ଗ୍ରୀକ୍ ମୂର୍ତ୍ତି ଭେନସ୍ ଡି ମିଲୋ ମିଲୋସ୍ ର ଏଜିଆନ୍ ଦ୍ୱୀପରେ ଆବିଷ୍କୃତ ହୋଇଥିଲା।
୧୮୬୯ – ନ୍ୟୁୟର୍କରେ ଆମେରିକୀୟ ପ୍ରାକୃତିକ ଇତିହାସ ସଂଗ୍ରହାଳୟ ଖୋଲାଯାଇଥିଲା।
୧୯୦୮ – ଏଚ୍ ଏଚ୍ ଆସ୍କୱିଥଙ୍କ ସ୍ଥାନରେ ହେନରି କ୍ୟାମ୍ପବେଲ୍-ବ୍ୟାନରମ୍ୟାନ୍ ବ୍ରିଟିଶ ପ୍ରଧାନମନ୍ତ୍ରୀ ହୋଇଥିଲେ।
୧୯୩୧ – ଲଣ୍ଡନରେ “ହ୍ୱାଇଟ ହର୍ସ ଇନ” ଖୋଲାଯାଇଥିଲା।
୧୯୫୦ – ଭାରତ ଓ ପାକିସ୍ତାନ ଲିଆକତ-ନେହେରୁ ଚୁକ୍ତି ସ୍ୱାକ୍ଷର କରିଥିଲେ।
୧୯୬୫ – ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ସୀମା ଯୁଦ୍ଧ ହୋଇଥିଲା।
୧୯୭୭ – ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟିତ୍ଜାକ ରାବିନ୍ ଇସ୍ତଫା ଦେଇଥିଲେ।
୨୧୦୩ – ଡାମାସ୍କସରେ ଏକ କାର୍ ବୋମା ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା।