OERC ଅଧ୍ୟକ୍ଷ ଭାବେ ଶପଥ ନେଲେ ଆଇଏଏସ ପ୍ରଦୀପ ଜେନା

ଶପଥ ପାଠ କରାଇଲେ ରାଜ୍ୟପାଳ

ଭୁବନେଶ୍ୱର, ୦୮/୦୪: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମଙ୍ଗଳବାର ରାଜଭବନରେ ଆୟୋଜିତ ଏକ ସମାରୋହରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଡ଼ଃ ହରିବାବୁ କାମ୍ଭମପତି ଶପଥ ପାଠ କରାଇଥିଲେ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୮ ତାରିଖରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନାଙ୍କୁ OERC (ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ) ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ ରାଜ୍ୟ ସରକାର।