ଭୁବନେଶ୍ୱର, ୧୦/୦୪: ଶେଷରେ ପହଞ୍ଚିଲେ ଚର୍ଚ୍ଚା ପଛର ନାୟକ। ୱାକଫ ବିଲକୁ ସମର୍ଥନ ନେଇ ରାଜ୍ୟ ରାଜନୀତିରେ ଘମାସନ ଚାଲିଥିବା ବେଳେ ୱାକଫ ବିଲ୍ ସମର୍ଥନ ପଛରେ ଥିବା ମୂଳ ନେତା ସାମନାକୁ ଆସିଛନ୍ତି। ତାସକେଣ୍ଟରୁ ଭାରତରେ ଆସି ପହଞ୍ଚିଛନ୍ତି ସାଂସଦ ସସ୍ମିତ ପାତ୍ର। ବିବେକାନୁମୋଦିତ ଭୋଟ ଦେବା ପାଇଁ ଟ୍ୱିଟ କରିଥିଲେ ସସ୍ମିତ। ଭାରତରେ ପହଞ୍ଚିବା ପରେ ୱାକଫ ବିଲ୍ ପ୍ରସଙ୍ଗରେ କିଛି କହିବା ପାଇଁ ମନା କରି ଦେଇଛନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସସ୍ମିତା କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଦଳ ଯାହା କହିବା କଥା କହିବ। ଦଳ ମୋତେ କହିଲେ ସ୍ପଷ୍ଟୀକରଣ ରଖିବି ବୋଲି କହିଛନ୍ତି।
ଗୋଟିଏ ପଟେ ସସ୍ମିତ କାହିଁକି ବିଲ୍ ସପକ୍ଷରେ ଭୋଟ ଦେଲେ, ତା’ର ଜବାବ ଶୁଣିବା ପାଇଁ ବିଜେଡ଼ିର ନେତା ମାନେ ଅନାଇ ବସିଥିବା ବେଳେ ସସ୍ମିତ କିନ୍ତୁ ଏ ସମ୍ପର୍କରେ କିଛି ବି କହିବା ପାଇଁ ମନା କରି ଦେଇଛନ୍ତି।