କିଏ ନରେନ୍ଦ୍ର ମାନ

ଯିଏ ତହୱୁର ବିରୋଧରେ ଲଢ଼ିବେ

ନୂଆଦିଲ୍ଲୀ, ୧୦/୦୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତହୱୁର ରାଣାର ଆମେରିକାରୁ ପ୍ରତ୍ୟର୍ପଣ ପୂର୍ବରୁ କେନ୍ଦ୍ର ସରକାର ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଆଇନଜୀବୀ ନରେନ୍ଦ୍ର ମାନଙ୍କୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଭାବେ ନିଯୁକ୍ତ କରିଛନ୍ତି। ଗୃହ ମନ୍ତ୍ରଣାଳୟ ଏ ନେଇ ବୁଧବାର ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଥିଲା।

“ଏନଆଇଏ କେସ୍ ନମ୍ବର RC-04/2009/NIA/DLI ରେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଶ୍ରୀ ମାନ ପାକିସ୍ତାନର ମୂଳ ବାସିନ୍ଦା ତହୱୁର ରାଣା ଓ ଡେଭିଡ କୋଲମ୍ୟାନ ହେଡଲିଙ୍କ ବିରୋଧରେ ଲଢ଼ିବେ।” ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଆଗାମୀ ୩ ବର୍ଷ ଯାଏଁ ଯେପର୍ଯ୍ୟନ୍ତ ମୁମ୍ବାଇ ଆକ୍ରମଣ କେସ୍ ସମାପ୍ତ ନ ହୋଇଛି ଏନଆଇଏ ତରଫରୁ ଲଢ଼ିବେ ନରେନ୍ଦ୍ର ମାନ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ହିଁ ତାଙ୍କ ନିଯୁକ୍ତି ଲାଗୁ କରାଯାଇଛି।

କିଏ ହେଉଛନ୍ତି ନରେନ୍ଦ୍ର ମାନ?

ନରେନ୍ଦ୍ର ମାନ ହେଉଛନ୍ତି ଦିଲ୍ଲୀ ହାଇକୋର୍ଟର ଜଣେ ଆଇନଜୀବୀ। ସେ ପୂର୍ବରୁ ବହୁ କେସ ଲଢି ସାରିଛନ୍ତି। ସେ ବିଭିନ୍ନ ହାଇପ୍ରୋଫାଇଲ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପ୍ରତିନିଧିତ୍ୱ କରିଛନ୍ତି, ସେଥିମଧ୍ୟରୁ ଗୋଟିଏ ଥିଲା ୨୦୧୮ ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି) ପେପର ଲିକ୍ ଦୁର୍ନୀତି।

ଦୀର୍ଘ ୩୫ ବର୍ଷ ଧରି ଦିଲ୍ଲୀ ହାଇକୋର୍ଟରେ ଓକିଲ ଭାବେ କାର୍ଯ୍ୟ କରୁଥିବା ନରେନ୍ଦ୍ର ମାନ ପ୍ରାୟ ୧୦ ବର୍ଷ ଧରି ଦିଲ୍ଲୀ ହାଇକୋର୍ଟରେ ସିବିଆଇ ଓକିଲ ଭାବେ କାର୍ଯ୍ୟ କରୁଛନ୍ତି।

ନରେନ୍ଦ୍ର ମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ ଏବଂ କିରୋରୀ ମଲ କଲେଜରୁ ସ୍ନାତକ ହାସଲ କରିଥିଲେ।