ମହାକାଶକୁ ପ୍ରଥମେ ଯାଇଥିଲେ ଋଷିଆର ଏହି ମହାକାଶଚାରୀ

ଅଧିକ ଜାଣନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୧୨ ଏପ୍ରିଲ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ରଖଲଦାସ ବନ୍ଦୋପାଧ୍ୟାୟ (୧୨ ଅପ୍ରେଲ ୧୮୮୫ – ୨୩ ମଇ ୧୯୩୦) ଜଣେ ଭାରତୀୟ ଇତିହାସବିତ୍ ଓ ପ୍ରତ୍ନତତ୍ତ୍ୱବିତ୍ ଥିଲେ। ସେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ତତ୍କାଳୀନ ମହାନିର୍ଦ୍ଦେଶକ ଜନ୍ ମାର୍ଶାଲଙ୍କ ସହ ପ୍ରତ୍ନତାତ୍ତ୍ୱିକ ଖନନ, ଗବେଷଣା ଏବଂ ସ୍ମାରକୀଗୁଡ଼ିକର ସଂରକ୍ଷଣରେ ଏକ ସହଯୋଗୀ ଭାବରେ ଏକ ସ୍ୱତନ୍ତ୍ର ଖ୍ୟାତି ଅର୍ଜନ କରିଥିଲେ।

୨. ସୁମିତ୍ରା ମହାଜନ, ଭାରତୀୟ ଜନତା ପାର୍ଟିର ପ୍ରମୁଖ ନାରୀ ନେତ୍ରୀ। ସେ ଲୋକସଭାର ବାଚସ୍ପତି ଥିଲେ। ସେ ‘ସୁମିତ୍ରା ତାଇ’ ନାମରେ ଜଣାଶୁଣା। ୧୯୮୨-୧୯୮୫ ମସିହାରେ ପ୍ରଥମ ଥର ପାଇଁ ସୁମିତ୍ରା ମହାଜନ ଇନ୍ଦୋର ମହାନଗର ନିଗମର ଡେପୁଟି ମେୟର ହୋଇଥିଲେ। ୧୯୮୯ ରୁ ସେ ଲଗାତାର ଭାବେ ଲୋକସଭା ନିର୍ବାଚନ ଜିତି ଆସୁଛନ୍ତି।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ତାଜ ଭୋପାଲି (୧୯୨୬ – ୧୨ ଅପ୍ରେଲ ୧୯୭୮) ଜଣେ ଜଣାଶୁଣା କବି ଥିଲେ। ତାଜ ଭୋପାଲିଙ୍କ କବିତାକୁ ଉର୍ଦ୍ଦୁ ସାହିତ୍ୟପ୍ରେମୀମାନେ ପ୍ରାୟତଃ ପାଠ କରନ୍ତି।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୭୮୭ – ଫ୍ରି ଆଫ୍ରିକାନ୍ ସୋସାଇଟି ଅଫ୍ ଫିଲାଡେଲଫିଆ ଗଠନ କରାଯାଇଥିଲା।

୧୮୦୧ – ୱିଲିୟମ କ୍ରେ କଲିକତା (ବର୍ତ୍ତମାନ କୋଲକାତା)ର ଫୋର୍ଟ ୱିଲିୟମ କଲେଜରେ ବଙ୍ଗଳା ଭାଷାର ପ୍ରଫେସର ଭାବରେ ନିଯୁକ୍ତ ହୋଇଥିଲେ।

୧୮୦୧ – ରଣଜିତ ସିଂହ ନିଜକୁ ପଞ୍ଜାବର ମହାରାଜା ଘୋଷଣା କରିଥିଲେ।

୧୮୬୧ – ଆଜିର ଦିନରେ ଆମେରିକାରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା।

୧୯୨୭ – ବ୍ରିଟିଶ କ୍ୟାବିନେଟ ୨୧ ବର୍ଷ ବୟସର ମହିଳାଙ୍କୁ ମତଦାନ ଅଧିକାର ଦେବାକୁ ସମର୍ଥନ କରିଥିଲା।

୧୯୫୫ – ଡକ୍ଟର ଜୋନ୍ସ ସାକଙ୍କ ଦ୍ୱାରା ବିକଶିତ ପୋଲିଓ ଟିକାକୁ ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି ଘୋଷଣା କରାଯାଇଥିଲା।

୧୯୬୧ – ଭାରତର ପ୍ରଥମ ସ୍ୱଦେଶୀ କ୍ଷେପଣାସ୍ତ୍ର ପୃଥ୍ୱୀ-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି।

୧୯୬୧ – ସୋଭିଏତ ମହାକାଶଚାରୀ ୟୁରି ଗାଗାରିନ୍ ମହାକାଶରେ ପ୍ରଥମ ମଣିଷ ଭାବେ ଭୋଷ୍ଟୋକ-୧ ମହାକାଶଯାନରେ ବାଇକୋନୁର କସ୍ମୋଡ୍ରୋମରୁ ଉତକ୍ଷେପଣ କରିଥିଲେ।

୧୯୭୩ – ସୁଦାନ ଏହାର ସମ୍ବିଧାନ ତିଆରି କଲା।

୧୯୭୮ – ଭାରତୀୟ ରେଳବାଇର ୧୨୫ ବର୍ଷ ପୂର୍ତ୍ତି ଅବସରରେ ଦେଶର ପ୍ରଥମ ଡବଲ ଡେକର ଟ୍ରେନ୍ ସିଂହଗଡ଼ ଏକ୍ସପ୍ରେସ ବମ୍ବେ (ବର୍ତ୍ତମାନ ମୁମ୍ବାଇ)ର ଭିକ୍ଟୋରିଆ ଟର୍ମିନାଲରୁ ପୁଣେ ପର୍ଯ୍ୟନ୍ତ ଚଳାଚଳ କରିଥିଲା।

୧୯୮୩ – ହେରଲ୍ଡ ୱାଶିଂଟନ ଚିକାଗୋର ପ୍ରଥମ କୃଷ୍ଣକାୟ ମେୟର ଭାବରେ ନିର୍ବାଚିତ ହୋଇଥିଲେ।

୧୯୮୩ – ୟୁଏସଏସଆର ପୂର୍ବ କଜାଖରେ ପରମାଣୁ ପରୀକ୍ଷଣ କରିଥିଲା।

୧୯୯୮ – ଗିରିଜା ପ୍ରସାଦ କୋଇରାଲାଙ୍କୁ ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା।

୨୦୧୦ – ଭାରତୀୟ କବାଡି ଦଳ ପାକିସ୍ତାନ ଦଳକୁ ୫୮-୨୪ ରେ ପରାସ୍ତ କରି ପଞ୍ଜାବ (ଭାରତ)ର ଲୁଧିଆନାସ୍ଥିତ ଗୁରୁ ନାନକ ଦେବ ଷ୍ଟାଡିୟମରେ ପ୍ରଥମ ବିଶ୍ୱକପ୍ କବାଡି ଟୁର୍ଣ୍ଣାମେଣ୍ଟ ଜିତିଥିଲା।

୨୦୧୩ – ଇରାକରେ ମସଜିଦ୍ ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଥିଲେ।

୨୦୧୩ – ଫ୍ରାନ୍ସ ସିନେଟ୍ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଇଥିଲା।

୨୦୧୪ – ବିଶିଷ୍ଟ ଗୀତିକାର ଗୁଲଜାରଙ୍କୁ ୨୦୧୩ ମସିହା ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା।