ବିଜେଡ଼ି ଛାଡ଼ିନଥିଲେ ମୋର ପଲିଟିକାଲ ଡେଥ୍ ହୋଇଥାନ୍ତା: ପ୍ରସନ୍ନ ପାଟ୍ଟଶାଣୀ

ପାଟ୍ଟଶାଣୀଙ୍କ ଟାର୍ଗେଟରେ ନବୀନ-ପାଣ୍ଡିଆନ

ବାବା ଦଳରେ ଥିଲା ବେଳେ ଦଣ୍ଡ ଧରି ଦଳର ଦଉଡ଼ି ସମ୍ଭାଳି ଥିଲେ: ଦେବୀ ମିଶ୍ରଙ୍କ କାଉଣ୍ଟର ଆଟାକ

ଭୁବନେଶ୍ୱର, ୧୨/୦୪: ବିଜେଡି ପରେ ଏବେ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଟାର୍ଗେଟରେ ବିଜେଡ଼ି ସୁପ୍ରିମୋ ଓ ପାଣ୍ଡିଆନ। ପାଟ୍ଟଶାଣୀ କହିଛନ୍ତି, ପାଣ୍ଡିଆନଙ୍କ ପାଇଁ ବିଜେଡ଼ି ତଳକୁ ତଳ ଯାଉଛି। ବିଜୁ ଜନତା ଦଳ ନେତା ଏବେ ଅଣନିଃଶ୍ବାସୀ ହୋଇ ଯାଉଛନ୍ତି। ଦଳ ତିନି ଭାଗ ହୋଇଯିବ ପଛେ ନବୀନ ପାଣ୍ଡିଆନଙ୍କୁ ଛାଡ଼ିବେ ନାହିଁ। ନବୀନ ଯେଉଁ ଚେତାବନୀ ଦେଇଛନ୍ତି ତାହା କାମ ଦେବନି। ମୁଁ ଚିଲିକାରୁ ଟିକେଟ ଚାହୁଁଥିଲି। ପାଣ୍ଡିଆନ ମୋ ଟିକେଟ କାଟିଦେଲେ। ପାଣ୍ଡିଆନଙ୍କ ବିରୋଧରେ ମୁଁ ପ୍ରଥମେ ମୁହଁ ଖୋଲିଥିଲି। ଦଳରୁ ମୁଁ ବାହାରିନଥିଲେ ପଲିଟିକାଲ ଡେଥ୍ ହୋଇଥାନ୍ତା। ନବୀନ ମିଛ କହୁଛନ୍ତି। ପାଣ୍ଡିଆନଙ୍କ କଥାରେ ନବୀନ ମିଛ କହି ଚାଲିଛନ୍ତି। ବିଜେଡିରେ ଏବେ ଷଡ଼ଯନ୍ତ୍ର ଚାଲିଛି ବୋଲି ପାଟ୍ଟଶାଣୀ କହିଛନ୍ତି।

ଅନ୍ୟପଟେ ପାଟ୍ଟଶାଣୀଙ୍କୁ କାଉଣ୍ଟର କରି ବିଜେଡ଼ି ନେତା ଦେବୀ ମିଶ୍ର କହିଛନ୍ତି, ରାଜନୀତିରେ ଆକ୍ଷେପ ପ୍ରତ୍ୟାକ୍ଷେପ ରହିବ। ବାବା ବିଜେଡିରେ ଥିବାବେଳେ ଦଣ୍ଡ ଧରି ଦଳର ଦଉଡ଼ିକୁ ସମ୍ଭାଳି ଥିଲେ। ଯୁଆଡ଼େ ଗଲେ ବି ବାବାଙ୍କ ଦଣ୍ଡର ପ୍ରଭାବ ରହିବ। ବିଜେଡିରେ ଅସନ୍ତୋଷ କେଉଁଠି ବି ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି।