ଗଞ୍ଜେଇ କାରବାରରେ ସମ୍ପୃକ୍ତ ଯବାନ

ଚାକିରିରୁ ବହିଷ୍କୃତ ହେଲେ ୩ ଯବାନ

ବୌଦ୍ଧ, ୧୨/୦୪: ବେଆଇନ ଗଞ୍ଜେଇ କାରବାରରେ ସମ୍ପୃକ୍ତି ଥିବାରୁ ୩ ଜଣ ଆଇଆରବି ଯବାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୌଦ୍ଧ ପଞ୍ଚମ ବାଟାଲିୟନ କମାଣ୍ଡାଣ୍ଟ। ବହିଷ୍କୃତ ୩ ଜଣ ଯବାନ ହେଲେ ହାବିଲଦାର କୁନାଲ ସିଂହ, କନଷ୍ଟେବଳ ତ୍ରିଲୋଚନ ରାଣା ଓ କନଷ୍ଟେବଳ ନିଲମ ବରାଳ। ସୂଚନାଯୋଗ୍ୟ, ପୂର୍ବରୁ ଗଞ୍ଜେଇ କାରବାରରେ ଲିପ୍ତ ଥିବାରୁ ନିଲମ୍ବିତ ହୋଇଥିଲେ। ମନମୁଣ୍ଡା ବାରାକରେ ଚଢ଼ାଉ କରି ଗିରଫ କରିଥିଲେ ବୌଦ୍ଧ ଏସପି। ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ ହୋଇଥିଲା।