ଦେଶ ସାରା ୟୁପିଆଇ ସେବା ବନ୍ଦ

ଘଣ୍ଟା ଘଣ୍ଟା ଟ୍ରାଞ୍ଜାକ୍ସନ ବାଧାପ୍ରାପ୍ତ

ମୁମ୍ବାଇ, ୧୨/୦୪: ଘଣ୍ଟା ଘଣ୍ଟା ଧରି ୟୁପିଆଇ ଟ୍ରାଞ୍ଜାକ୍ସନ ବାଧାପ୍ରାପ୍ତ ହୋଇଛି। ଶନିବାର ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ସେବାରେ ବାଧା ସୃଷ୍ଟି କରିଛି। ହଜାର ହଜାର ଉପଭୋକ୍ତା ଟଙ୍କା ସ୍ଥାନାନ୍ତର, ଦେୟ ଓ କ୍ରୟ କରିବାକୁ ଅସମର୍ଥ ହୋଇଛନ୍ତି। ଡାଉନଡିଟେକ୍ଟର ଅନୁସାରେ, ଦ୍ୱିପ୍ରହର ସୁଦ୍ଧା ୨୦୦୦ ଅଭିଯୋଗ ଆସି ସାରିଛି। ୟୁପିଆଇ ସର୍ଭର ଡାଉନ ଥିବାରୁ ଗୁଗଲ ପେ, ଫୋନ୍ ପେ ଓ ପେଟିଏମ ଭଳି ଆପରେ ଟ୍ରାଞ୍ଜାକ୍ସନ କରିବାରେ ଅସଫଳ ହେଉଛନ୍ତି।

ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଏକ ବିବୃତ୍ତି ଜାରି କରି କହିଛି ଯେ, “ଏନପିସିଆଇ ବର୍ତ୍ତମାନ ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହେଉଛି। ଯାହା ଫଳରେ ଆଂଶିକ ୟୁପିଆଇ କାରବାର ହ୍ରାସ ପାଇଛି। ଆମେ ସମସ୍ୟାର ସମାଧାନ କରିବାକୁ କାର୍ଯ୍ୟ କରୁଛୁ।”

ତେବେ ଏହା ପୂର୍ବରୁ ମାର୍ଚ୍ଚ ୨୬ରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ୟୁପିଆଇ ସର୍ଭର ଡାଉନ ଥିବାରୁ ପେଟେଣ୍ଟ କରିବାରେ ବିଫଳ ହୋଇଥିଲେ ଉପଭୋକ୍ତା।