ଭୁବନେଶ୍ୱର, ୧୬/୦୪: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଏଏସଆଇ। ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାରେ କାର୍ଯ୍ୟରତ ସବ୍ ଇନ୍ସପେକ୍ଟର ରାଜେଶ କୁମାର ଶ୍ରୀଚନ୍ଦନ। କୌଣସି ଏକ ତଦନ୍ତ ମାମଲାରେ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ମାଗିଥିଲେ ଏସଆଇ। ତେବେ ଅନ୍ୟୋପାୟ ନ ପାଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ, ଅଭିଯୁକ୍ତ ଏସଆଇଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ ଭିଜିଲାନ୍ସ ଟିମ୍। ୪ ହଜାର ଟଙ୍କା ଲାଞ୍ଚ ନେବା ଅବସ୍ଥାରେ ହିଁ ମାଡ଼ି ବସିଥିଲା ଭିଜିଲାନ୍ସ। ଏହା ପରେ ଏସ୍ ଆଇ ଶ୍ରୀଚନ୍ଦନଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ଓ ଶରଣକୁଳ ଥାନାରେ ଥିବା ତାଙ୍କ କାର୍ଯ୍ୟାଳୟ କକ୍ଷରେ ଏକକାଳୀନ ଚଢ଼ାଉ କରାଯାଇଛି।
Prev Post