ଜଷ୍ଟିସ ବି.ଆର ଗଭାଇ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ମେ ୧୩ରେ ଅବସର ନେବେ ଜଷ୍ଟିସ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ, ୧୬/୦୪: ଜଷ୍ଟିସ୍ ଭୂଷଣ ଆର ଗଭାଇ ହୋଇପାରନ୍ତି ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ)। କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ଜଷ୍ଟିସ୍ ଭୂଷଣ ଆର ଗଭାଇଙ୍କ ନାମ ପ୍ରସ୍ତାବ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା। ଜଷ୍ଟିସ ଖାନ୍ନା ଆସନ୍ତା ମେ’ ୧୩ ତାରିଖରେ ଅବସର ନେବାକୁ ଥିବା ବେଳେ ଏହି ପଦରେ ଜଷ୍ଟିସ ଗଭାଇ ଅବସ୍ଥାପିତ ହୋଇପାରନ୍ତି।

ଜଷ୍ଟିସ ଗଭାଇଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ମିଳିଲେ ସେ ସୁପ୍ରିମକୋର୍ଟର ୫୨ତମ ପ୍ରଧାନ ବିଚାରପତି ହେବେ। ମେ ୧୪ ରେ ଦାୟିତ୍ୱ ଗ୍ରହଣ କରିବେ। ତେବେ ଜଷ୍ଟିସ ଗଭାଇ ନଭେମ୍ବର ୨୦୨୫ରେ ଅବସର ନେବାକୁ ଥିବା ବେଳେ ୬ ମାସ ପାଇଁ ଏହି ପଦବୀରେ ରହିବେ। ୨୦୨୪ ମେ ୨୪ରେ ସୁପ୍ରିମକୋର୍ଟ ଜଜ୍ ଭାବରେ ନିଯୁକ୍ତ ହୋଇଥିଲେ ଜଷ୍ଟିସ ଗଭାଇ।