ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍‌ର କୁକଡ୍ କମାଲ୍ ଯୋଡି ସହ ରୋମାନ୍ସ କରିଥାନ୍ତେ କ୍ରିତି ସାନନ୍

ମୁମ୍ବାଇ: ଆଲିୟା ଭଟ୍ଟ ନିଜ ଡେବ୍ୟୁ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍ ପାଇଁ ବେଶ୍ ପ୍ରଶଂସିତ। ସିନେମାରେ କେବଳ ତାଙ୍କ ବ୍ୟୁଟି ନୁହେଁ ବରଂ ଆକ୍ଟିଙ୍ଗ୍ ପାଇଁ ବି ଆଲିୟା ବେଶ୍ ଚର୍ଚ୍ଚାରେ। ହେଲେ ଆଲିୟାଙ୍କ ପରିବର୍ତ୍ତେ ବଲିଉଡ୍‌ର ରାଧା ହୋଇଥାନ୍ତେ ବଲିଉଡ୍‌ର ଅନ୍ୟ ଜଣେ ପରମସୁନ୍ଦରୀ। ଆଉ ବରୁଣ ଓ ସିଦ୍ଧାର୍ଥଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଥାନ୍ତା। ସେହି ସୁନ୍ଦରୀ ଅଭିନେତ୍ରୀ ଜଣକ ଆଉ କେହି ନୁହେଁ, ବରଂ ସେ ହେଲେ ମିମି ଅର୍ଥାତ କ୍ରିତି ସାନନ୍।

କରଣ ଜୋହରଙ୍କ ଟକ୍ ଶୋ କଫି ଓ୍ବିଥ୍ କରଣରେ ଅନେକ ସେଲିବ୍ରିଟିଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନର ବହୁ ଗୁମର ଖୋଲିଥାଏ। ସିନେମାରେ ଏଣ୍ଟ୍ରିର  ଆରମ୍ଭ କରି କ୍ରଶ୍ ପର୍ଯ୍ୟନ୍ତ, ଏମିତି ଅନେକ ଆଶ୍ଚର୍ଯ୍ୟକର ତଥା ରୋମାଞ୍ଚକର ତଥ୍ୟର ଖୁଲାସା କରୁଛନ୍ତି ଷ୍ଟାର୍ସମାନେ। ଏହି ସପ୍ତାହରେ ହିରୋପନ୍ତି କପଲ୍ ଟାଇଗର୍ ଓ କ୍ରିତିଙ୍କୁ ହଟ୍ କାଉଚ୍‌ରେ ଦେଖିବାକୁ ମିଳିବ। ଆଉ ଏଥିରେ ଆଲିୟାଙ୍କ ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍କୁ ନେଇ କ୍ରିତି ଏକ ରୋମାଞ୍ଚକର ତଥ୍ୟ ଦେଇଛନ୍ତି।