ରେଳ ଭିତ୍ତିଭୂମିରେ ପ୍ରମୁଖ ପରିବର୍ତ୍ତନ ଆଣିଛି ଅମୃତ ଷ୍ଟେସନ ଯୋଜନା
କେବିକେ ଅଞ୍ଚଳରେ ସଂଯୋଗୀକରଣକୁ ରୂପାନ୍ତରିତ କରୁଛି
ଭୁବନେଶ୍ୱର, ୨୪/୦୪: ଆଞ୍ଚଳିକ ବିକାଶ ଏବଂ ଭିତ୍ତିଭୂମି ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତୀୟ ରେଳ ଓଡ଼ିଶାର କେବିକେ (କଳାହାଣ୍ଡି-ବଲାଙ୍ଗିର-କୋରାପୁଟ) ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକ ପାଇଁ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଏକ ବ୍ୟାପକ ପୁନର୍ବିକାଶ ପଦକ୍ଷେପ ଆରମ୍ଭ କରିଛି। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଲକ୍ଷ୍ୟ ହେଉଛି ଷ୍ଟେସନଗୁଡ଼ିକୁ ଆଧୁନିକ ଯାତ୍ରୀ ସୁବିଧା, ବ୍ୟବହାରଯୁକ୍ତ ଡିଜାଇନ୍ ଏବଂ ଉନ୍ନତ ସୁଗମତା ସହିତ ସଜ୍ଜିତ କରି ସ୍ଥାନୀୟ ଅଞ୍ଚଳରେ ରେଳ ଭିତ୍ତିଭୂମିରେ ବିପ୍ଳବ ଆଣିବା।
ଅମୃତ ଷ୍ଟେସନ ଯୋଜନା ଭାରତୀୟ ରେଳବାଇର ପ୍ରମୁଖ ଏବଂ ମଧ୍ୟ-ସ୍ତରୀୟ ରେଳ ଷ୍ଟେସନଗୁଡ଼ିକୁ ଉନ୍ନତ କରିବା ପାଇଁ ଏକ ପଦକ୍ଷେପର ଅଂଶ ଯାହା ସେମାନଙ୍କୁ ଭିତ୍ତିଭୂମି ଏବଂ ସେବାର ଆନ୍ତର୍ଜାତୀୟ ମାନଦଣ୍ଡ ସହିତ ସମନ୍ୱିତ କରିଥାଏ। କେବିକେ ଅଞ୍ଚଳରେ ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଜୀ, କେସିଙ୍ଗା, ଭବାନୀପାଟଣା, ରାୟଗଡା, ମୁନିଗୁଡା, ଗୁଣୁପୁର, କୋରାପୁଟ, ଜୟପୁର, ଦମନଯୋଡି, ହରିଶଙ୍କର ରୋଡ, ଏବଂ ଖରିଆର ରୋଡ ସମେତ ଷ୍ଟେସନଗୁଡିକ ପୁନର୍ବିକାଶ ପାଇଁ ଚୟନ କରାଯାଇଛି।
ପୁନର୍ବିକାଶର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ:
▪ ଆଧୁନିକ ଭିତ୍ତିଭୂମି: ଉନ୍ନତ ପ୍ରତୀକ୍ଷା ଲାଉଞ୍ଜ, ଉନ୍ନତ ଟିକେଟ ପ୍ରଣାଳୀ ଏବଂ ଉନ୍ନତ ପ୍ଲାଟଫର୍ମ ପୃଷ୍ଠ ସହିତ ଷ୍ଟେସନ କୋଠାଗୁଡ଼ିକୁ ପୁନଃ-ଡିଜାଇନ୍ କରାଯାଇଛି।
▪ ଉନ୍ନତ ସୁଗମତା: ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଜନ ଯାତ୍ରୀ ଏବଂ ପିଲା ଥିବା ପରିବାର ପାଇଁ ଯାତାୟାତକୁ ସହଜ କରିବା ପାଇଁ ପାଦଚଲା ଓଭରବ୍ରିଜ୍ (ଏଫଓବି) ସ୍ଥାପନ।
▪ ପରିବେଶ-ଅନୁକୂଳ ବିକାଶ: ସବୁଜ ନିର୍ମାଣ କୌଶଳ, ସୌରଶକ୍ତି ସମାଧାନ, ଜଳ ସଂରକ୍ଷଣ ପ୍ରଣାଳୀ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପଦ୍ଧତିର ବ୍ୟବହାର।
▪ ଯାତ୍ରୀ-କେନ୍ଦ୍ରିକ ସୁବିଧା: ହାଇ-ସ୍ପିଡ୍ ୱାଇ-ଫାଇ, ଡିଜିଟାଲ୍ ସୂଚନା ବୋର୍ଡ, ସ୍ୱଚ୍ଛତା ଓ ସ୍ଵାଚ୍ଛନ୍ଦ୍ୟ ଏବଂ ଆଧୁନିକ ଶୌଚାଳୟ, ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଏବଂ ଉନ୍ନତ ଖାଦ୍ୟ ଯୋଗାଣ ସୁବିଧା।
▪ ସହରାଞ୍ଚଳ ସମନ୍ୱୟ: ଡ୍ରପ୍-ଅଫ୍/ପିକ୍-ଅପ୍ ଲେନ୍, ପର୍ଯ୍ୟାପ୍ତ ପାର୍କିଂ ଏବଂ ଉନ୍ନତ ଯୋଗାଯୋଗ ରାସ୍ତା ସହିତ ପୁନଃଡିଜାଇନ୍ କରାଯାଇଥିବା ଷ୍ଟେସନ ଚଳପ୍ରଚଳ ଅଞ୍ଚଳ।
▪ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ: ଏହି ଉନ୍ନୟନଗୁଡ଼ିକର ଲକ୍ଷ୍ୟ ହେଉଛି ପର୍ଯ୍ୟଟନ ବୃଦ୍ଧି, ଆଞ୍ଚଳିକ ଗତିଶୀଳତାରେ ଉନ୍ନତି ଏବଂ ନିଯୁକ୍ତି ସୃଷ୍ଟି କରି ସ୍ଥାନୀୟ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା।
ଷ୍ଟେସନ ଅନୁଯାୟୀ ପୁନର୍ବିକାଶର ମୁଖ୍ୟାଂଶ:
● ବଲାଙ୍ଗୀର (୧୮.୦୧ କୋଟି ଟଙ୍କା): ଆଧୁନିକ ଯାତ୍ରୀ ସୁବିଧା ସହିତ ଏକ ନୂତନ ଷ୍ଟେସନ କୋଠା, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ଅତିରିକ୍ତ ପ୍ଲାଟଫର୍ମ ଆଶ୍ରୟସ୍ଥଳ, ୧୨ ମିଟର ଚୌଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍, ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ପ୍ରତୀକ୍ଷା କକ୍ଷ, ଲିଫ୍ଟ, ଶରକୁଲେଟିଙ୍ଗ ଅଞ୍ଚଳ, ପାର୍କିଂ ବ୍ୟବସ୍ଥା, ମାନକ ସାଇନେଜ୍, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ଶୌଚାଳୟର ଉନ୍ନତି ଏବଂ ଓଭରହେଡ୍ ଟାଙ୍କି ଏବଂ ପାଇପ୍ ଲାଇନ ସହିତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ବ୍ୟବସ୍ଥା |
● ଟିଟିଲାଗଡ଼ (୩୫.୭୯ କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ଯାତ୍ରୀ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ। ଦ୍ୱିତୀୟ ପ୍ରବେଶ ପଥ ବ୍ୟବସ୍ଥା, ବିଦ୍ୟମାନ ଷ୍ଟେସନ କୋଠାର ସମ୍ମୁଖ ମୁଖଭାଗର ଉନ୍ନତି, ୧୨ ମିଟର ଚୌଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (ଏଫଓବି), ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ଅତିରିକ୍ତ ୨୦ ଟି ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳର ବ୍ୟବସ୍ଥା, ତିନୋଟି ଲିଫ୍ଟର ବ୍ୟବସ୍ଥା, ପ୍ରତୀକ୍ଷା ଗୃହ, ମାନକ ସାଇନେଜ୍, ଓଭର ହେଡ୍ ଟ୍ୟାଙ୍କ ଏବଂ ପାଇପ୍ ଲାଇନ୍ ସଂଯୋଗ ସହିତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ପ୍ରଶସ୍ତ ଚଳପ୍ରଚଳ କ୍ଷେତ୍ର, ପାର୍କିଂ କ୍ଷେତ୍ର ଓ ଶୌଚାଳୟର ଉନ୍ନତି।
● କଣ୍ଟାବାଞ୍ଜି (୩୩.୮୭ କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ଦ୍ୱିତୀୟ ପ୍ରବେଶ ସ୍ଥାନର ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ୧୨ ମିଟର ଚୌଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (ଏଫଓବି), ଲିଫ୍ଟ ବ୍ୟବସ୍ଥା, ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ପ୍ଲାଟଫର୍ମ ଉଚ୍ଚତା, ଅତିରିକ୍ତ ୨୨-ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଦିବ୍ୟାଙ୍ଗଜନଙ୍କ ପାଇଁ ସୁବିଧା, ଶୌଚାଳୟର ଉନ୍ନତି ଏବଂ ଓଭର ହେଡ୍ ଟ୍ୟାଙ୍କ ସହିତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ପାଇପ୍ ଲାଇନ ସଂଯୋଗ।
● ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ଦ୍ୱିତୀୟ ପ୍ରବେଶପଥର ଉନ୍ନତିକରଣ, ବିଦ୍ୟମାନ କୋଠାର ସମ୍ମୁଖ ମୁଖଭାଗର ଉନ୍ନତି, ୦୩ ମିଟର ଚୌଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍, ଉନ୍ନତିକରଣରେ ୩ଟି ଲିଫ୍ଟ, ପ୍ଲାଟଫର୍ମ ପୃଷ୍ଠର ଉନ୍ନତି ଏବଂ ଅତିରିକ୍ତ ୨୦ଟି ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳ, ମାନକ ସାଇନେଜ୍, କୋଚ୍ ଇଣ୍ଡିକେସନ୍ ବୋର୍ଡ, ଦିବ୍ୟାଙ୍ଗଜନ ସୁବିଧା ଯୋଗାଇବା ଏବଂ ଶୌଚାଳୟର ଉନ୍ନତି ଅନ୍ତର୍ଭୁକ୍ତ।
● କେସିଙ୍ଗା (୨୦.୮୫ କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ଦ୍ୱିତୀୟ ପ୍ରବେଶପଥର ଉନ୍ନତିକରଣ, ବିଦ୍ୟମାନ କୋଠାର ସମ୍ମୁଖ ମୁଖଭାଗର ଉନ୍ନତି, ୧୨ ମିଟର ପ୍ରକଳ୍ପର ବ୍ୟବସ୍ଥା। ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (ଏଫଓବି), ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ଲିଫ୍ଟ ବ୍ୟବସ୍ଥା, ଅତିରିକ୍ତ ୩୮ଟି ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳର ବ୍ୟବସ୍ଥା, ମାନକ ସାଇନେଜ୍, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ଶୌଚାଳୟର ଉନ୍ନତି ଏବଂ ଆଧୁନିକ ସୁବିଧା ଯୋଗାଇବା ପାଇଁ ଯୋଜନା କରାଯାଇଛି।
● ଭବାନୀପାଟଣା (୧୮.୮୩ କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ଲିଫ୍ଟ ବ୍ୟବସ୍ଥା, ପ୍ଲାଟଫର୍ମ ଆଶ୍ରୟସ୍ଥଳ ସହିତ ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ମାନକ ସାଇନେଜ୍, ଦିବ୍ୟାଙ୍ଗଜନ ସୁବିଧା ପ୍ରଦାନ, ପ୍ଲାଟଫର୍ମ ଉଚ୍ଚତା ଏବଂ ଆଧୁନିକ ଶୌଚାଳୟ ପ୍ରମୁଖ ଉପାଦାନ ଅଟେ।
● ମୁନିଗୁଡ଼ା (୨୦.୧୬ କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ପ୍ରଶସ୍ତ ନୂତନ ଫୁଟ ଓଭର ବ୍ରିଜ୍ (ଏଫଓବି) ନିର୍ମାଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ ସହିତ ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, କୋଚ୍ ଇଣ୍ଡିକେସନ୍ ବୋର୍ଡର ବ୍ୟବସ୍ଥା, ପ୍ଲାଟଫର୍ମର ଉଚ୍ଚତା, ମାନକ ସାଇନେଜ୍, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ଶୌଚାଳୟର ଉନ୍ନତି, ଲିଫ୍ଟ ଏବଂ ବ୍ୟାପକ ଯାତ୍ରୀ ସୁବିଧାର ବ୍ୟବସ୍ଥା ସହିତ ଓଭର ହେଡ୍ ଟ୍ୟାଙ୍କ ଏବଂ ପାଇପ୍ ଲାଇନ ସଂଯୋଗ ସହିତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ।
● କୋରାପୁଟ (୨୧.୨୦ କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ଯାତ୍ରୀ ଲିଫ୍ଟର ବ୍ୟବସ୍ଥା, ୧୨ ମିଟର ଚଉଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (ଏଫଓବି) ବ୍ୟବସ୍ଥା, ପ୍ଲାଟଫର୍ମ ପୃଷ୍ଠ କ୍ଷେତ୍ରର ଉନ୍ନତି, ପ୍ଲାଟଫର୍ମର ଉଚ୍ଚତା, ବର୍ଦ୍ଧିତ ପ୍ଲାଟଫର୍ମ ଆଶ୍ରୟସ୍ଥଳ ଏବଂ ଉନ୍ନତ ଷ୍ଟେସନ ଲେଆଉଟ୍।
● ଜୟପୁର (୧୭.୯୪ କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗରେ ଉନ୍ନତି, ପ୍ଲାଟଫର୍ମ ଅଞ୍ଚଳର ଉନ୍ନତିକରଣ ବ୍ୟବସ୍ଥା, ଲିଫ୍ଟ ବ୍ୟବସ୍ଥା, ଯାତ୍ରୀ ଘୋଷଣା ପ୍ରଣାଳୀ ବ୍ୟବସ୍ଥାରେ ଡିଜିଟାଲ୍ ଘୋଷଣା ଏବଂ ‘ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ’ ଷ୍ଟଲ ଅନ୍ତର୍ଭୁକ୍ତ କରାଯିବ ସହ ନୂତନ ଯାତ୍ରୀ ସୁବିଧା ଯୋଡାଯିବ।
● ଦାମନଯୋଡି (୧୪.୪୬ କୋଟି ଟଙ୍କା): ଆଧୁନିକ ଯାତ୍ରୀ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ୧୨ ମିଟର ଚଉଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (ଏଫଓବି) ବ୍ୟବସ୍ଥା, ଲିଫ୍ଟ ବ୍ୟବସ୍ଥା, ପ୍ଲାଟଫର୍ମ ଆଶ୍ରୟସ୍ଥଳ ସହିତ ପ୍ଲାଟଫର୍ମ ପୃଷ୍ଠଭୂମିର ଉନ୍ନତିକରଣ।
● ଖରିଆର ରୋଡ୍ (୧୬.୨୫ କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ନୂତନ ଷ୍ଟେସନ କୋଠାର ବ୍ୟବସ୍ଥା, ଦ୍ୱିତୀୟ ପ୍ରବେଶ ପାର୍ଶ୍ୱର ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ଲିଫ୍ଟର ବ୍ୟବସ୍ଥା, ଅତିରିକ୍ତ ପିଏଫ୍ ଆଶ୍ରୟସ୍ଥଳ ସହିତ ପ୍ଲାଟଫର୍ମ ପୃଷ୍ଠଭୂମିର ଉନ୍ନତି, ମାନକ ସାଇନେଜ୍, କୋଚ୍ ଇଣ୍ଡିକେସନ୍ ବୋର୍ଡ, ଜିପିଏସ୍-ସକ୍ଷମ ଡିଜିଟାଲ୍ ଘଣ୍ଟା, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ଶୌଚାଳୟ ଏବଂ ସୁଗମତା ବୈଶିଷ୍ଟ୍ୟଗୁଡ଼ିକର ଉନ୍ନତି।
● ରାୟଗଡା (୪୧.୪୦ କୋଟି ଟଙ୍କା): ବିଦ୍ୟମାନ ଷ୍ଟେସନ କୋଠାରେ ଅତିରିକ୍ତ କୋଠରୀର ବ୍ୟବସ୍ଥା (ଜି+୧), ଲିଫ୍ଟ ଏବଂ କାନୋପି ସମେତ ଦ୍ୱିତୀୟ ପ୍ରବେଶ ପଥ ଷ୍ଟେସନ କୋଠା (କେବଳ ଭୂତଳ ମହଲା), ୧୪୨ ମିଟର ଲମ୍ବ ସହିତ ୬ ମିଟର ଚଉଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (ଏଫଓବି) ଉଭୟ ପାର୍ଶ୍ୱ ଷ୍ଟେସନ କୋଠା ଏବଂ ପ୍ଲାଟଫର୍ମକୁ ସଂଯୋଗ କରିବ ଯେଉଁଥିରେ ଲିଫ୍ଟ, ପ୍ଲାଟଫର୍ମ ଆଶ୍ରୟସ୍ଥଳ ଏବଂ ଚଲା ପଥ ଉପରେ ଛାଉଣୀ, ଚଳପ୍ରଚଳ ଅଞ୍ଚଳର ବିକାଶ କାର୍ଯ୍ୟ, ରାସ୍ତା ଏବଂ ଚଲାପଥ, ଇଆଣ୍ଡଏମ୍ କାର୍ଯ୍ୟ, ସାଇନେଜ୍ ଇତ୍ୟାଦି ଅନ୍ତର୍ଭୁକ୍ତ।
● ଗୁଣୁପୁର: ସାରା ଦେଶରେ, ବିଶେଷକରି ଓଡ଼ିଶାର କେବିକେ ଅଞ୍ଚଳରେ ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ଆଧୁନିକୀକରଣ ପାଇଁ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଗୁଣୁପୁର ରେଳ ଷ୍ଟେସନକୁ ପୁନର୍ବିକାଶ ପାଇଁ ଚୟନ କରାଯାଇଛି। ଆନୁମାନିକ ଖର୍ଚ୍ଚ ଏବଂ କାର୍ଯ୍ୟର ବିସ୍ତୃତ ପରିସର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ଗୁଣୁପୁର ଆନୁଷ୍ଠାନିକ ଭାବରେ ବ୍ୟାପକ ପରିବର୍ତ୍ତନ ଯୋଜନାର ଏକ ଅଂଶ ହେବାକୁ ଯାଉଅଛି। ଷ୍ଟେସନରେ ପୁନର୍ବିକାଶ କାର୍ଯ୍ୟ ଯଥାସମ୍ଭବରେ ଓ ଯଥା ସମୟରେ କରାଯିବ ଯାହା ଦ୍ୱାରା ନିକଟ ଭବିଷ୍ୟତରେ ଉନ୍ନତ ଭିତ୍ତିଭୂମି ଏବଂ ଯାତ୍ରୀ ସୁବିଧା ସୁନିଶ୍ଚିତ ହୋଇପାରିବ।
ଏହି ପୁନର୍ବିକାଶ କେବିକେ ଅଞ୍ଚଳ ଉପରେ ଏକ ପରିବର୍ତ୍ତନଶୀଳ ପ୍ରଭାବ ପକାଇବାକୁ ପ୍ରସ୍ତୁତ ଯାହା ପର୍ଯ୍ୟଟନ, ସଂସ୍କୃତି ଏବଂ ବାଣିଜ୍ୟରେ ବିପୁଳ ଅବ୍ୟବହୃତ ସମ୍ଭାବନା ରଖିଛି। ସୁଗମ ସଂଯୋଗ, ଉନ୍ନତ ଯାତ୍ରୀ ଅଭିଜ୍ଞତା ଏବଂ ବିଶ୍ୱସ୍ତରୀୟ ସୁବିଧା ସହିତ ଏହି ଷ୍ଟେସନଗୁଡ଼ିକ ଅନ୍ତର୍ଭୁକ୍ତ ବିକାଶ ପାଇଁ ମୂଳ ଢାଞ୍ଚାର ପରିବର୍ତନ ଓ ରୂପାନ୍ତରଣ ଭାବରେ କାର୍ଯ୍ୟ କରିବ।
ପ୍ରକଳ୍ପ ଗୁଡିକ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେଉଅଛି ଯାହାକି ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଅଛି। ଭାରତୀୟ ରେଳବାଇ ଓଡ଼ିଶାବାସୀଙ୍କ ଭବିଷ୍ୟତ ପାଇଁ ରେଳ ଭିତ୍ତିଭୁମିରେ ବିକାଶ ସହିତ ସବୁଜ ଏବଂ ଅନ୍ତର୍ଭୁକ୍ତ ପରିବହନ ଇକୋସିଷ୍ଟମ ପ୍ରଦାନ କରିବାକୁ ପ୍ରତିବଦ୍ଧ।