ସମଗ୍ର ସ୍ପେନରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ
ଅନ୍ଧକାରରେ ସ୍ପେନ, ପର୍ତ୍ତୁଗାଲ ଓ ଫ୍ରାନ୍ସ
କଟିଲା ମୋବାଇଲ ସିଗ୍ନାଲ, ମେଟ୍ରୋ ସେବା ସ୍ଥଗିତ
ନୂଆଦିଲ୍ଲୀ, ୨୮/୦୪: ସମଗ୍ର ସ୍ପେନ୍ ସମେତ ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ଅଂଶରେ ବ୍ୟାପକ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି। ମାଦ୍ରିଦ, ସେଭିଲ୍ ଓ ଲିସବନ ସମେତ ପ୍ରମୁଖ ସହରଗୁଡ଼ିକରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ଲୋକମାନେ ବିଦ୍ୟୁତ ସେବା ସମେତ ମୋବାଇଲ୍ ସିଗନାଲରୁ ବଞ୍ଚିତ ହୋଇଛନ୍ତି। ନେଟୱର୍କ କାମ ନ କରିବା ସହିତ ସହରରେ ଟ୍ରାଫିକ୍ ଲାଇଟ୍ କାମ କରୁନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମ କହିଛି। ବାର୍ସିଲୋନାରେ ମେଟ୍ରୋ ସେବା ବନ୍ଦ ହେବା ପରେ ହଜାର ହଜାର ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ସମ୍ଭବ ହୋଇ ପାରିନାହିଁ। ସେହିପରି ମାଦ୍ରିଦ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଖେଳ ସ୍ଥଗିତ ରଖାଯାଇଛି। ତେବେ ହଠାତ୍ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନର କାରଣ ଜଣା ପଡିନାହିଁ। ତେବେ ବିଦ୍ୟୁତ୍ ପୁନରୁଦ୍ଧାର ପାଇଁ ବିଜୁଳି କମ୍ପାନିମାନଙ୍କ ସହ କାମ କରୁଛି।