ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମୀର ଖାନଙ୍କୁ ଭେଟିଲେ ଭାରତୀୟ କୂଟନୀତିଜ୍ଞ

ସୁଦୃଢ ହେବ କୂଟନୈତିକ ସମ୍ପର୍କ

ନୂଆଦିଲ୍ଲୀ, ୨୮/୦୪: ଭାରତର ପଡ଼ୋଶୀ ପାକିସ୍ତାନ ସହ ସମ୍ପର୍କ ଜଟିଳ ପରିସ୍ଥିତିରେ ଥିବା ବେଳେ ଆଫଗାନିସ୍ତାନର ତାଲିବାନ ନିୟନ୍ତ୍ରିତ ସରକାରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅମୀର ଖାନ ମୁତ୍ତାକିଙ୍କ ସହ ସାକ୍ଷାତ କରିଛନ୍ତି ଭାରତୀୟ କୂଟନୀତିଜ୍ଞ।

ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପାକିସ୍ତାନ-ଆଫଗାନିସ୍ତାନ-ଇରାନ ଡିଭିଜନର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଏମ୍ ଆନନ୍ଦ ପ୍ରକାଶ ଆଫଗାନିସ୍ତାନର ରାଜଧାନୀ କାବୁଲରେ ମୁତ୍ତାକିଙ୍କୁ ଭେଟିଥିଲେ। ତାଲିବାନର ବୈଦେଶିକ ମନ୍ତ୍ରାଳୟର ଉପ-ମୁଖପାତ୍ର ହାଫିଜ ଜିଆ ଅହମ୍ମଦ ଉଭୟ ପକ୍ଷ ରାଜନୈତିକ ସମ୍ପର୍କ ଓ ସାମ୍ପ୍ରତିକ ଆଞ୍ଚଳିକ ଗତିବିଧି ଉପରେ ଆଲୋଚନା ହୋଇଥିବାର ସୋସିଆଲ ମିଡିଆରେ କହିଛନ୍ତି। ଅହମ୍ମଦ କହିଛନ୍ତି ଯେ ଉଭୟ ପକ୍ଷ କୂଟନୈତିକ ସମ୍ପର୍କ, ବାଣିଜ୍ୟ, ଭିସା ସୁବିଧା ଏବଂ ପାରସ୍ପରିକ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ଭାରତ ପକ୍ଷରୁ ଏ ଯାଏଁ କୌଣସି ସୂଚନା ମିଳିନାହିଁ।