ଭୁବନେଶ୍ୱର, ୩୦/୦୪: ଭିଜିଲାନ୍ସ ଜାଲରେ ଅବକାରୀ ଅଧିକ୍ଷକ କ୍ରୀଷ୍ଣା ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସହ ଜଡ଼ିତ ଏକ କାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ତାଙ୍କର ଦୁଇଟି ବହୁତଳ କୋଠା, ୮ଟି ବହୁମୂଲ୍ୟ ଜାଗା, ଦୁଇଟି ବେନାମୀ ଚାରି ଚକିଆ ଗାଡ଼ି ଠାବ ହୋଇଯାଇଛି। କଟକ ଜିଲ୍ଲାର ଜଗତପୁର ଠାରେ ୪,୬୫୫ ବର୍ଗଫୁଟର ଏକ ୩ ମହଲା କୋଠା, ପୁରୀ କୁମ୍ଭାରପଡ଼ାଠାରେ ୧୪୦୦ ବର୍ଗଫୁଟର ଏକ କୋଠା, କଟକରେ ୪ଟି ଓ ପୁରୀ ଏବଂ ଜଗତସିଂହପୁରରେ ୨ଟି ଲେଖାଏଁ ବହୁମୂଲ୍ୟ ଜାଗା ରହିଥିବାର ଜାଣିବାକୁ ପାଇଛି ଭିଜିଲାନ୍ସ। ଆହୁରି ବ୍ୟାଙ୍କ ଜମା ଓ ସଞ୍ଚୟ ଅର୍ଥର ଛାନଭିନ କରାଯାଇଛି।
ଗତ କାଲି ତାଙ୍କ ପାଖରୁ ୩ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା। ହେଲେ, ଏ ନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଏହା ପରେ ତାଙ୍କୁ ତଦନ୍ତ ପରିସରଭୁକ୍ତକୁ ଅଣାଯାଇଥିଲା। ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।