ନୂଆଦିଲ୍ଲୀ, ୦୪/୦୫: ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲାରେ ସେନା ଗାଡ଼ିର ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ୭୦୦ ଫୁଟ ଗଭୀର ଘାଟିକୁ ଖସି ପଡ଼ିବାରୁ ସେନାର ୩ ଜଣ ଯବାନ ସହିଦ ହୋଇଛନ୍ତି। ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯାଉଥିବା ୪୪ ନମ୍ବର ଜାତୀୟ ରାଜପଥରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ବ୍ୟାଟେରି ଚସ୍ମା ନିକଟରେ ଭାରସାମ୍ୟ ହରାଇ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ତୁରନ୍ତ ସେନା, ପୁଲିସ, ଏସଡିଆରଏଫ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ମିଳିତ ସହଯୋଗରେ ୩ ସହିଦ ଯବାନଙ୍କୁ ଉଦ୍ଧାର କରାଯାଇଥିଲା। ସହିଦ ଯବାନମାନେ ହେଲେ ସିପାହୀ ଅମିତ କୁମାର, ସୁଜିତ କୁମାର ଓ ମାନ ବାହାଦୁର।