ନୂଆଦିଲ୍ଲୀ, ୦୭/୦୫: ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଓ ଜୈଶ-ଏ-ମହମ୍ମଦର ଗଡ଼ କୁହାଯାଉଥିବା ମୁରିଦକେ ଓ ବାହାଓ୍ଵାଲପୁର ସମେତ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ୯ଟି ଆତଙ୍କୀ ଆଡ୍ଡା ଉପରେ ଟାର୍ଗେଟ କରି ଭାରତୀୟ ସଶସ୍ତ୍ର ବାହିନୀ ବୁଧବାର ୨୪ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ୭୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଏହା ସହିତ ଆକ୍ରମଣରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜହରର ପରିବାରର ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଜୈସ-ଇ-ମହମ୍ମଦର ହେଡକ୍ୱାଟରରେ ଆକ୍ରମଣ ପରେ ମାସୁଦର ପରିବାର ସହ ୪ ଜଣ ଘନିଷ୍ଠ ସହଯୋଗୀଙ୍କ ମଧ୍ୟ ମୃତ୍ୟୁ ହୋଇଛି।
ଏପ୍ରିଲ ୨୨ ରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ରାତି ୧ଟା ୪୪ମିନିଟରେ ଏହି ଆକ୍ରମଣ କରାଯାଇଥିଲା। ମୁଖ୍ୟତଃ ଜୈସ-ଇ-ମହମ୍ମଦ, ଲସ୍କର-ଇ-ତୋଏବା ଓ ହିଜବୁଲ ମୁଜାହିଦିନ ସଙ୍ଗଠନର ଆଡ୍ଡା ଉପରେ ଟାର୍ଗେଟ କରିଛି ଭାରତୀୟ ସେନା।