ଆମେରିକା ବଳରେ ବଳୀୟାନ ପାକିସ୍ତାନକୁ ଶକ୍ତ ଝଟକା

କମୁଛି ସମର୍ଥନ, କମୁଛି ଶକ୍ତି

ନୂଆଦିଲ୍ଲୀ, ୦୯/୦୫: ପାକିସ୍ତାନ ବାରମ୍ବାର ଭାରତ ସହିତ ଲଢେ଼ଇ କରୁଛି। ଯେତିକି ଥର ପାକିସ୍ତାନ ଭାରତର ସାମ୍ନା କରିଛି, ସେତେବେଳେ ଆମେରିକାର ଶରଣ ପଶିଛି। ପାକିସ୍ତାନର ମନରେ ଆମେରିକାର ସାହସ ନେଇ ଭାରତ ସହ ଲଢିଥାଏ। କିନ୍ତୁ ଏଥର ପାକିସ୍ତାନର ଭରସାଯୋଗ୍ୟ ଲାଇଫଲାଇନ ଆମେରିକା ତା’ର ସାଥ୍ ଛାଡିଦେଇଛି। କୌଣସି ମତ୍ତେ ପାକିସ୍ଥାନକୁ ସମର୍ଥନ କରିବ ନାହିଁ ବୋଲି ସିଧା ଶୁଣାଇ ଦେଇଛି। ଭାରତର ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନ ପାଇଁ ଆମେରିକାର କୋଳ ଖାଲି ହୋଇଯାଇଛି।

ପୂର୍ବରୁ କାର୍ଗିଲ ଯୁଦ୍ଧ ବେଳେ ଭାରତ ଭିତରକୁ ରାଜସ୍ଥାନ ସୀମା ଦେଇ ପାକିସ୍ତାନ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବାର ଆମେରିକାର ସ୍ପାଏ ସାଟେଲାଇଟରେ ଦେଖିଥିଲା ଆମେରିକା। କିନ୍ତୁ ସାର୍ବଜନୀନ ଭାବେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସିଧାସଳଖ କାର୍ଗିଲରେ ପାକିସ୍ତାନର ଭୂମିକାକୁ ସିଧାସଳଖ ଏଡାଇ ଯାଇଥିଲେ। କିନ୍ତୁ ସରିଫ ଏ ବିଷୟରେ ଅବଗତ ଥିବାରୁ ସେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଶରଣ ପଶିଥିଲେ। ପରେ ସରିଫ କାର୍ଗିଲରୁ ନିଜ ଦେଶର ସୈନ୍ୟଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅନୁପ୍ରବେଶକାରୀହାନେ ଆଉ କାର୍ଗିଲରେ ରହିବା ଉଚିତ୍ ନୁହେଁ ବୋଲି କହିଥିଲେ। ଯାହା ପରେ ଯୁଦ୍ଧ ଥମିଥିଲା।

ସେହିପରି ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଆମେରିକାର ପରମାଣୁ ଶକ୍ତି ଚାଳିତ ବିମାନବାହୀ ଜାହାଜ ୟୁଏସଏସ ଏଣ୍ଟରପ୍ରାଇଜ ନେତୃତ୍ୱରେ ବଙ୍ଗୋପସାଗରରେ ସ୍ଥଳ ସୀମାରୁ ଆକ୍ରମଣ କରିଥିଲା ପାକିସ୍ତାନ।

ସେହିପରି ୨୦୦୧ରେ ଭାରତର ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହା ପରେ ସମସ୍ୟାର ସମାଧାନ ପାଇଁ ଆମେରିକା ତା’ର ରାଷ୍ଟ୍ରଦୂତଙ୍କୁ ନୂଆଦିଲ୍ଲୀ ପଠାଇଥିଲା।

କିନ୍ତୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସିଧାସଳଖ ପାକିସ୍ତାନକୁ ସମର୍ଥନ କରିବେ ନାହିଁ ବୋଲି କହି ଦେଇଛନ୍ତି। ଆମେ ଯାହା କରିପାରିବା ତାହା ହେଉଛି ଏହି ଲୋକମାନଙ୍କୁ ଟିକିଏ ଉତ୍ତେଜନା ହ୍ରାସ କରିବାକୁ ଉତ୍ସାହିତ କରିବାକୁ ଚେଷ୍ଟା କରିବା। କିନ୍ତୁ ଆମେ ଏକ ଯୁଦ୍ଧ ମଝିରେ ସାମିଲ ହେବୁ ନାହୁଁ। ଆମେରିକା ଭାରତ କିମ୍ବା ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ନ ଉଠାଇବାକୁ କହିପାରିବୁ ନାହିଁ। କାରଣ ଏହା ଆମର ବ୍ୟକ୍ତିଗତ ଘଟଣା ନୁହେଁ ବୋଲି ଜେଡି ଭାନ୍ସ କହିଛନ୍ତି।

ଅନ୍ୟପଟେ ପାକିସ୍ତାନର ଏହି ଯୁଦ୍ଧ ମଧ୍ୟରେ ବେଲୁଚିସ୍ତାନକୁ ମଧ୍ୟ ଫାଇଦା ମିଳୁଛି। ବେଲୁଚିସ୍ତାନ ସ୍ୱତନ୍ତ୍ର ଭାବେ ଅଲଗା ରାଷ୍ଟ୍ର ଗଠନ ପାଇଁ ଦାବି କରି ଆସୁଥିବାରୁ ବିଏଲଏ ଆକ୍ରମଣ କରୁଛି। ବର୍ତ୍ତମାନ ସୁଦ୍ଧା ପାକିସ୍ତାନକୁ କେବଳ ଚୀନ, ତୁର୍କୀ ଓ ଆଜରବାଇଜାନ ସମର୍ଥନ କରୁଥିବା ବେଳେ ଅନ୍ୟ‌ କୌଣସି ରାଷ୍ଟ୍ର ପାକିସ୍ତାନର ସହଯୋଗ କରୁ ନାହାନ୍ତି। କିନ୍ତୁ ଭାରତକୁ ଆରବ ଦେଶଗୁଡ଼ିକ ସମର୍ଥନ କରୁଛନ୍ତି।

ଔଷଧ ବିକଳରେ ତାଟିଆ କାମୁଡିବା ଭଳି ପାକିସ୍ତାନ ସହଯୋଗ ପାଉନଥିବାରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ। ପାକିସ୍ତାନର ପୁରୁଣା ରେକର୍ଡ ରହିଛି ଯେ, ଯେତେବେଳେ ବି ଭାରତ ସହ ଉତ୍ତେଜନା ଲାଗି ରୁହେ ସେ ପରମାଣୁ ଆକ୍ରମଣର‌ ଧମକ ଦିଏ ନହେଲେ, ଅନ୍ତର୍ଜାତୀୟ ମଧ୍ୟସ୍ଥତାର ସହଯୋଗ ଲୋଡ଼େ ଏବଂ ଆମେରିକାର ଶରଣ ପଶେ। ଯାହା ଚଳିତ ଥର ସମ୍ଭବପର ହୋଇପାରିନାହିଁ।