ହୁ ହୁ ହୋଇ ଜଳିଲା ହୋଟେଲ, ୪ ମୃତ ଓ ୧୦ ଆହତ

ଭୁବନେଶ୍ୱର: ଉତ୍ତର ପ୍ରଦେଶ ଲକ୍ଷ୍ନୌ ହଜରତଗଞ୍ଜ ଏରିଆରେ ଥିବା ଷ୍ଟାର୍ ହୋଟଲେ ‘ଲିଭାନା’ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର(ସେପ୍ଟେମ୍ବର-୫) ସକାଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଘଠଣାସ୍ଥଳରେ ଆମ୍ବୁଲାନ୍ସ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ନିଆଁ ଲାଗିବା ବେଳେ ହୋଟେଲ୍‌ରେ ଲୋକେ ନିଜ ନିଜ ରୁମ୍‌ରେ ରହିଥିଲେ। ସୁରକ୍ଷାକର୍ମୀମାନେ ଅକ୍ସିଜେନ୍ ମାସ୍କ ପିନ୍ଧି ସେମାନଙ୍କୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ସୁଧା ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ବେହୋସେ ହୋଇଯାଇଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ପୁଲିସ ସୂଚନା ଦେଇଛି।