ପାକିସ୍ତାନ ଉଚ୍ଚାୟୁକ୍ତ ଅଧିକାରୀଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

୮ ଦିନ ଭିତରେ ଦୁଇ ଅଧିକାରୀଙ୍କୁ ‘ପର୍ସୋନା ନନ୍ ଗ୍ରାଟା’ ଘୋଷଣା

ନୂଆଦିଲ୍ଲୀ, ୨୧/୦୫: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ପାକିସ୍ତାନ ହାଇକମିଶନର ଜଣେ ଉଚ୍ଚାୟୁକ୍ତ ଅଧିକାରୀଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତରେ ଥିବା କୌଣସି ପାକିସ୍ତାନୀ କୂଟନୀତିଜ୍ଞ କିମ୍ବା ଅଧିକାରୀ ଯେପରି କୌଣସି ପ୍ରକାରେ ସେମାନଙ୍କ ଅଧିକାର ଓ ମାନ୍ୟତାର ଅପବ୍ୟବହାର ନ କରନ୍ତି, ତାହାକୁ କଡ଼ାକଡ଼ି ଭାବେ ସୁନିଶ୍ଚିତ କରିବାକୁ ତାଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ, ମେ’ ୧୩ ତାରିଖରେ ପାକିସ୍ତାନ ହାଇକମିଶନର ଜଣେ ଅଧିକାରୀଙ୍କୁ ମଧ୍ୟ ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନୀ ଅଧିକାରୀ ଦାନିଶଙ୍କୁ ବହିଷ୍କାର କରାଯାଇଥିଲା। ପାକିସ୍ତାନ ଗୁପ୍ତଚରୀ ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ଅନ୍ୟ ୧୦ ଜଣଙ୍କ ସହ ସେ ଯୋଗାଯୋଗରେ ଥିବା ଜଣାପଡ଼ିଥିଲା।