ଜେଲ ଭିତରେ ଝୁଲି ପଡିଲେ କଏଦୀ ମାଓବାଦୀ

ନିଜ ୱାର୍ଡରେ ରାଶି ଲଗାଇ କଲେ ଆତ୍ମହତ୍ୟା: ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

୨୦୨୧ରେ କରିଥିଲେ ଆତ୍ମସମର୍ପଣ

ହଜାରୀବାଗ, ୦୧/୦୬: ଝାଡ଼ଖଣ୍ଡର ହଜାରିବାଗ କାରାଗାରରେ ଘଟିଛି ବଡ଼ ଅଘଟଣ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଝୁଲନ୍ତା ଅବସ୍ଥାରେ‌ ମିଳିଛି ମୃତଦେହ। ୨୦୨୧ରୁ ହଜାରିବାଗ ଜେଲରେ କଏଦୀ ଭାବେ ଥିଲେ।

ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଛୋଟା ଶ୍ୟାମଲାଲ ଦେହରୀ ଓରଫ ସନ୍ତୁ ଓରଫ ସୋମଲାଲ ୱାର୍ଡ ନମ୍ବର ୩ରେ ରହୁଥିଲେ। ତାଙ୍କୁ ଉଦ୍ଧାର କରିବା ବେଳେ ସେଠାରେ ଏକ ଫ୍ୟାନରେ ରାଶି ଲଗାଇ ଝୁଲି ପଡ଼ିଥିବାର ନଜର ଆସିଥିଲେ।

ଜେଲ ଅଧିକାରୀଙ୍କ କହିବାନୁଯାୟୀ, ଶ୍ୟାମଲାଲ ଝାଡ଼ଖଣ୍ଡର ଦୁମକା ଜିଲ୍ଲାର ଦୁକାନ ଅନ୍ତର୍ଗତ କାଠିକୁଣ୍ଡ ଗାଁର ବାସିନ୍ଦା। ୨୦୨୧ ଫେବ୍ରୁଆରି ୯ ତାରିଖରେ ତାଙ୍କୁ ସେଣ୍ଟ୍ରାଲ ଜେଲ ଦୁମକାରୁ ସ୍ଥାନାନ୍ତର କରାଯାଇ ଏହି ଜେଲରେ ରଖାଯାଇଥିଲା। ନକ୍ସଲ କାର୍ଯ୍ୟକଳାପ ସହ ଜଡିତ ୮ଟି ଅପରାଧିକ ମାମଲାରେ ତାଙ୍କର ସମ୍ପୃକ୍ତି ନେଇ ମାମଲା ବିଚାରାଧୀନ ଥିଲା। ତାଙ୍କ ୱାର୍ଡରେ ଥିବା ଫୋନର ଉତ୍ତର ନ ଦେବା ପରେ ଏହି ଘଟଣା ସାମନାକୁ ଆସିଥିଲା।

ସେ କହିଛନ୍ତି, ପ୍ରତ୍ୟେକ କଏଦୀଙ୍କୁ ଏକ ବ୍ୟକ୍ତିଗତ ୟୁନିଟ୍ ଦିଆଯାଇଥାଏ ଯେଉଁଥିରେ ଗୋଟିଏ ରୁମ୍, ଏକ ରୋଷେଇ ଘର ଏବଂ ଏକ ବାଥରୁମ୍ ଥାଏ। ଏହା ଏକ ସାଧାରଣ ଜେଲ୍ ନୁହେଁ, ବରଂ ଆତ୍ମସମର୍ପଣ କରିଥିବା କ୍ୟାଡରଙ୍କ ପାଇଁ ଏକ ଥଇଥାନ ସୁବିଧା।

ଅନ୍ୟପଟେ ଜେଲ ଭିତରେ ଜଣେ କଏଦୀ କିପରି ଆତ୍ମହତ୍ୟା କଲେ, ତାକୁ ନେଇ ଉଠିଛି ପ୍ରଶ୍ନ। ଆତ୍ମହତ୍ୟା ବେଳେ କେମିତି ସୁରାକ ପାଇଲେ ନାହିଁ କର୍ତ୍ତୃପକ୍ଷ ବୋଲି ଦ୍ୱନ୍ଦ ସୃଷ୍ଟି ହୋଇଛି।