‘ଆନ୍ତଃ ଜିଲ୍ଲା ଚାମ୍ପିୟନସିପ୍’ ସିଏମ୍ ଟ୍ରଫି-୨୦୨୫ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କ୍ରୀଡାବିତମାନଙ୍କ ଉତ୍ସାହ ବର୍ଦ୍ଧନ କଲେ

ସମ୍ବଲପୁର, ୦୧/୦୬: ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ‘ଆନ୍ତଃ ଜିଲ୍ଲା ଚାମ୍ପିୟନସିପ୍’ ସିଏମ୍ ଟ୍ରଫି-୨୦୨୫ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁରରେ ଆୟୋଜିତ ହେଉଥିବା ଜୋନାଲ୍ ସ୍ତରୀୟ ସିଏମ୍ ଟ୍ରଫି ଫୁଟବଲ୍‌ ଚାମ୍ପିୟନସିପ୍‌ରେ ଆଜି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ କ୍ରୀଡ଼ାବିତମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଏହି ଅବସରରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଉପସ୍ଥିତ ଥିଲେ।