ଏଇଠାରେ ପ୍ରଥମେ ମଦ୍ୟପାନ ନିଷେଧ ଆଇନ କାର୍ଯ୍ୟକାରୀ ହୋଇଥିଲା
ଏଇଭଳି ଅଧିକ ତଥ୍ୟ ଜାଣନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ
ଆଜିର ତାରିଖ ୨ ଜୁନ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ବାବୁଲାଲ ଗୌର ଯାଦବ (୨ ଜୁନ ୧୯୧୦- ୨୧ ଅଗଷ୍ଟ ୨୦୧୯), ଭାରତୀୟ ଜନତା ପାର୍ଟିର ରାଜନେତା ଯିଏ କି ମଧ୍ୟପ୍ରଦେଶର ୧୬ତମ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୯୭୪ମସିହାରେ ବାବୁଲାଲ ଗୌରଙ୍କୁ ‘ଗୋଆ ମୁକ୍ତି ଆନ୍ଦୋଳନ’ରେ ସାମିଲ ଥିବାରୁ ମଧ୍ୟପ୍ରଦେଶ ସରକାର ‘ସ୍ୱାଧୀନତା ସଂଗ୍ରାମୀ’ର ମାନ୍ୟତା ଦେଇଥିଲେ। ସେ ଭାରତୀୟ ମଜଦୁର ସଂଘର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ।
୨. ମଣିରତ୍ନମ୍, ଜଣେ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ପ୍ରଯୋଜକ। ସେ ୧୯୮୩ରେ କନ୍ନଡ ଚଳଚ୍ଚିତ୍ର ପଲ୍ଲବୀ ଅନୁ ପଲ୍ଲବୀ ଜରିଆରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ରତ୍ନମ ୬ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୪ଟି ଫିଲ୍ମଫେୟାର ପୁରସ୍କାର, ୬ଟି ଫିଲ୍ମଫେୟାର ପୁରସ୍କାର ଦକ୍ଷିଣ ଏବଂ ବିଶ୍ୱର ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଅନେକ ପୁରସ୍କାର ଜିତିଛନ୍ତି। ଚଳଚ୍ଚିତ୍ରରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।
୩. ଡୋଲା ବାନାର୍ଜୀ, ଭାରତର ପ୍ରଥମ ମହିଳା ତୀରନ୍ଦାଜ ଯିଏ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ନ୍ୟୁୟର୍କରେ ୪୨ତମ ‘ୱାର୍ଲ୍ଡ ଆଉଟଡୋର ଟାର୍ଗେଟ ଆର୍ଚରୀ ଚାମ୍ପିୟନଶିପ୍’ରେ ସଫଳ ହୋଇଥିଲେ ଏବଂ ଭାରତର ପ୍ରଥମ ମହିଳା ତୀରନ୍ଦାଜ ହୋଇ ଅଲିମ୍ପିକ୍ସ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ସେ ୧୮ତମ ‘ଗୋଲ୍ଡେନ୍ ଆରୋ ଗ୍ରାଣ୍ଡପ୍ରି ଟୁର୍ଣ୍ଣାମେଣ୍ଟ’ ଜିତିଥିଲେ। ତାଙ୍କୁ ୨୦୦୫ ମସିହାରେ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରାଯାଇଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
ରାଜ କପୁର (୧୪ ଡିସେମ୍ବର ୧୯୨୪ – ୦୨ ଜୁନ ୧୯୮୮), ଜଣେ ହିନ୍ଦୀ ଅଭିନେତା, ଚଳଚ୍ଚିତ୍ର ପ୍ରଯୋଜକ ଏବଂ ନିର୍ଦ୍ଦେଶକ। ସେ ଭାରତରେ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୧ ଟି ଫିଲ୍ମଫେୟାର ପୁରସ୍କାର ସମେତ ଏକାଧିକ ପୁରସ୍କାର ପାଇଥିଲେ। ସେ ଫିଲ୍ମ ଫେୟାର ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ପାଇଛନ୍ତି। ସେ ଭାରତ ସରକାରଙ୍କ ଦ୍ୱାରା ୧୯୭୧ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ସିନେମାକ୍ଷେତ୍ରରେ ଭାରତର ସର୍ବୋଚ୍ଚ ପୁରସ୍କାର ଦାଦାସାହେବ ଫାଲକେ ପୁରସ୍କାର ୧୯୮୭ ମସିହାରେ ଭାରତ ସରକାର ତାଙ୍କୁ ପ୍ରଦାନ କରିଥିଲେ।
୨. ଶ୍ରୀକାନ୍ତ ଜିଚକର (୧୪ ସେପ୍ଟେମ୍ବର ୧୯୫୪ – ୨ ଜୁନ ୨୦୦୪), ଜଣେ ରାଜନେତା ଥିଲେ, ମାତ୍ର ୨୬ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୭୮୦ – ଆଜିର ଦିନରେ ଲଣ୍ଡନରେ କ୍ୟାଥଲିକ ବିରୋଧୀ ଆନ୍ଦୋଳନକାରୀମାନେ ସଂସଦ ଉପରେ ଆକ୍ରମଣ କରିଥିଲେ।
୧୮୫୧ – ଆମେରିକାରେ ପ୍ରଥମ ଥର ପାଇଁ ମେନ୍ ପ୍ରଦେଶରେ ମଦ୍ୟପାନ ନିଷେଧ ଆଇନ କାର୍ଯ୍ୟକାରୀ ହେଲା।
୧୮୯୭ – ଗୁଗ୍ଲିଏଲମୋ ମାର୍କୋନି ୧୮୯୬ ମସିହାରେ ତାଙ୍କ ନାମରେ ରେଡିଓ ପେଟେଣ୍ଟ ପାଇଁ ଆବେଦନ କରିଥିଲେ, ଯାହା ପରେ ଗ୍ରହଣ କରାଯାଇଥିଲା।
୧୯୪୭ – ଲର୍ଡ ଲୁଇ ମାଉଣ୍ଟବ୍ୟାଟେନ ୧୯୪୭ ମସିହାରେ ଭାରତର ବିଭାଜନ ସମ୍ପର୍କରେ ଘୋଷଣା କରିଥିଲେ।
୧୯୫୩ – ରାଣୀ ଦ୍ୱିତୀୟ ଏଲିଜାବେଥ ବ୍ରିଟିଶ ସିଂହାସନରେ ମୁକୁଟ ପିନ୍ଧିଥିଲେ।
୧୯୬୬ – ଆମେରିକା ଚନ୍ଦ୍ରରେ ଏକ ମହାକାଶଯାନ ଅବତରଣ କରିଥିଲା।
୧୯୯୬ – ପରମାଣୁ ମୁକ୍ତ ଦେଶ ହୋଇଥିଲା ୟୁକ୍ରେନ।
୨୦୦୪ – ଅଷ୍ଟ୍ରେଲୀୟ ମଡେଲ ଜେନିଫର ହକିନ୍ସ ମିସ୍ ୟୁନିଭର୍ସ ହୋଇଥିଲେ।
୨୦୦୬ – ଆମେରିକା ଦାଉଦ ଇବ୍ରାହିମ ଏବଂ ତା’ର ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲା।
୨୦୧୧ – ସହରାଞ୍ଚଳର ଗରୀବମାନଙ୍କୁ ଘର ଯୋଗାଇବା ପାଇଁ ରାଜୀବ ଗାନ୍ଧୀ ଆବାସ ଯୋଜନା ଆରମ୍ଭ ହୋଇଥିଲା।
୨୦୧୪ – ତେଲେଙ୍ଗାନା ରାଜ୍ୟ ଆନୁଷ୍ଠାନିକ ଭାବରେ ୨ ଜୁନ ୨୦୧୪ରେ ଗଠନ କରାଯାଇଥିଲା। କେ. ଚନ୍ଦ୍ରଶେଖର ରାଓ ତେଲେଙ୍ଗାନାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ।